ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଦୀପାବଳି ପରେ ଷ୍ଟକ୍ ମାର୍କେଟରେ ନାହିଁ ଉତ୍ସାହ, ୧୯ ହଜାର ୫୦୦ ତଳେ ନିଫ୍ଟି

ମୁମ୍ବାଇ, ୧୩/୧୧: ଦୀପାବଳିର ମହୁରତ ଟ୍ରେଡିଂରେ ସେୟାର ବଜାରରେ ଉତ୍ସାହ ଦେଖା ଦେଇଥିଲା । କିନ୍ତୁ ସୋମବାର କାରବାର ହ୍ରାସରୁ ଆରମ୍ଭ ହୋଇଛି । ନିଫ୍ଟି ୧୯, ୫୦୦ ତଳକୁ ଖସିଥିବା ସେନସେକ୍ସ ୬୫ ହଜାର ତଳେ ରହିଛି । ରବିବାର ମହୁରତ ଟ୍ରେଡିଂରେ ଭଲ କିଣାବିକା ହୋଇଥିଲା । ଉତ୍ସାହ ମଧ୍ୟରେ ବନ୍ଦ ହୋଇଥିଲା ବଜାର ।

ଆଜି ଫାର୍ମା ସେୟାର ଭଲ ବିକ୍ରି ହେଉଥିବା ବେଳେ ଏହା ସେୟାର ମାର୍କେଟକୁ ସପୋର୍ଟ ଦେଉଛି । ଆଜି ବିଏସ୍ଇର ସେନସେକ୍ସ ୧୦୧.୧୪ ପଏଣ୍ଟ ଅର୍ଥାତ୍ ୦.୧୫ ପ୍ରତିଶତ ବୃଦ୍ଧି ସହ ୬୫, ୧୫୮.୩୧ରେ ଖୋଲିଛି । ସେହିଭଳି ଏନ୍ଏସ୍ଇର ନିପ୍ଟି ୩୮.୮୦ ପଏଣ୍ଟ ଅର୍ଥାତ୍ ୦.୨୦ ପ୍ରତିଶତ ବୃଦ୍ଧି ସହ ୧୯, ୪୮୬.୭୫ ପଏଣ୍ଟରେ କାରବାର ଆରମ୍ଭ କରିଛି ।

୨୪ ଘଣ୍ଟା ପରେ ବି ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ, ଓଡ଼ିଶାରୁ ଅଛନ୍ତି ୫ ଜଣ

ତେବେ ଆଜି ବ୍ୟାଙ୍କ ନିଫ୍ଟି ହ୍ରାସ୍ ପାଇଛି । ଅଧିକାଂଶ ବ୍ୟାଙ୍କର ନିଫ୍ଟି ଖସିଛି । ବ୍ୟାଙ୍କ ନିଫ୍ଟି ୧୮୧ ପଏଣ୍ଟ ଖସି ୪୩, ୮୧୫ ସ୍ତରରେ ରହିଛି । ୦.୪୦ ପ୍ରତିଶତ ଖସିଛି ବ୍ୟାଙ୍କ ନିଫ୍ଟି । ନିଫ୍ଟିର ୫୦ ସେୟାର୍ ମଧ୍ୟରୁ ୧୧ଟି ସେୟାର ବଢ଼ିଥିବା ବେଳେ ୩୯ଟି ସେୟାର୍ ଖସିଛି । 

ସେନସେକ୍ସର ୩୦ ସେୟାର୍ ମଧ୍ୟରୁ ୫ଟି ସେୟାର ବଢ଼ୁଥିବା ବେଳେ ଅନ୍ୟ ୨୫ଟି ସେୟାର୍ ଖସିଛି । ସେନସେକ୍ସରେ ଏନଟିପିସି ସେୟାର ୧.୫୩ ପ୍ରତିଶତ, ପାୱାରଗ୍ରୀଡ୍ ସେୟାର ୦.୫୯ ପ୍ରତିଶତ, ଇଣ୍ଡସଇଣ୍ଡ ବ୍ୟାଙ୍କ ୦.୪୯ ପ୍ରତିଶତ, ସନ ଫାର୍ମା ୦.୧୭ ପ୍ରତିଶତ ଓଏଚସିଏଲ୍ ଟେକ୍ ସେୟାର୍ ୦.୦୧ ପ୍ରତିଶତ ବୃଦ୍ଧି ପାଇଛି ।

ଗାଜାରେ ହସ୍ପିଟାଲକୁ ବନ୍ଦ କରି ହମାସ୍ ଆତଙ୍କବାଦୀକୁ ଖୋଜୁଛି ଇସ୍ରାଏଲ୍

ଅନ୍ୟପଟେ ସେନସେକ୍ସରେ ବଜାଜ ଫାଇନାନ୍ସର ସେୟାର ୧.୧୪ ପ୍ରତିଶତ, ଏସିଆନ୍ ପେଣ୍ଟ୍ସ ସେୟାର ୦.୭୮ ପ୍ରତିଶତ, ଇନଫୋସିସ୍ ସେୟାର୍ ୦.୭୧ ପ୍ରତିଶତ, ଆଇସିଆଇସିଆଇ ବ୍ୟାଙ୍କ ୦.୬୬ ପ୍ରତିଶତ, ନେସଲେ ସେୟାର୍ ୦.୬୫ ପ୍ରତିଶତ ଖସିଛି । 

Copyright © 2022 - Summa Real Media Private Limited. All Rights Reserved.