ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନଦୀରୁ ମିଳିଲା ୨ ମାସ ତଳେ ଜଳପ୍ରପାତରେ ନିଖୋଜ ଛାତ୍ରଙ୍କ କଙ୍କାଳ

ଗୋଚ୍ଛାପଡ଼ା, ୧୦/୧୨: କନ୍ଧମାଳ ଜିଲ୍ଲା ଉର୍ମାଗଡ଼ ଜଳପ୍ରପାତରେ ଖସି ପଡ଼ିଥିବା ଛାତ୍ରଙ୍କ କଙ୍କାଳ ମିଳିଛି । ନିଖୋଜର ପ୍ରାୟ ୨ ମାସ ପରେ ଉଦ୍ଧାର ହୋଇଛି ନରକଙ୍କାଳ । କଟ୍ରିଙ୍ଗିଆ ପଞ୍ଚାୟତ ନାକଡିସ ଗାଁର ଲିଙ୍ଗରାଜ ବେହେରାଙ୍କ ପୁଅ ରାଖଲ (୧୫) ଗତ ଅକ୍ଟୋବର ୮ରେ ସାଙ୍ଗମାନଙ୍କ ସହ ଉର୍ମାଗଡ଼ ଯାଇଥିଲେ । ଅସାବଧନତା ବଶତଃ ଗୋଡ଼ ଖସିଯିବାରୁ ପାଣିରେ ପଡ଼ି ଯାଇଥିଲେ ।

ବହୁ ଖୋଜାଖୋଜି ପରେ ବି ରାଖଲଙ୍କୁ ପାଇନଥିଲେ ସାଙ୍ଗମାନେ । ଖବର ପାଇ ସ୍ଥାନୀୟ ଗ୍ରାମବାସୀ, ଅଗ୍ନିଶମ ବାହିନୀ, ପୋଲିସ ଓ ଓଡ୍ରାଫ୍ ଟିମ୍ ବି ସର୍ଚ୍ଚ ଅପରେସନ୍ କରିଥିଲେ ବି ସନ୍ଧାନ ମିଳି ନଥିଲା । ରବିବାର ସକାଳେ ଗାଁର କିଛି ଲୋକ ମାଛ ଧରିବା ପାଇଁ ନଦୀକୁ ଯାଇଥିବା ବେଳେ ପଥର ସନ୍ଧିରେ କଙ୍କାଳ ଲାଗିଥିବା ଦେଖିଥିଲେ ।

କଙ୍କାଳରେ ଲାଗି ରହିଥିବା ପୋଷାକରୁ ତାହା ରାଖଲଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ଗୋଚ୍ଛାପଡ଼ା ଥାନା ପୋଲିସ କଙ୍କାଳ ଜବତ କରି ତଦନ୍ତ କରୁଛି । ମୃତ ରାଖଲ ବେହେରା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.