ନୂଆପଡ଼ା, ୮।୯ : ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍)। ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏବେ ଜିଆରଏସ୍ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଗୁରୁବାର ସକାଳେ ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତର ଜଣେ ଚାଷୀ ମନରେଗା ଯୋଜନାରେ ଜମି ମରାମତି କାମ କରିଥିଲେ। ହେଲେ କାମର ପାରିଶ୍ରମିକ ମିଳିନଥିଲା। ମଧ୍ୟାହ୍ନରେ ପଞ୍ଚାୟତ ଜିଆରଏସ୍ ପ୍ରାଣବନ୍ଧୁ ଦଣ୍ଡସେନା ଓ ଅନ୍ୟ ଜଣେ ବେସରକାରୀ ବ୍ୟକ୍ତି କମଳାକାନ୍ତ ପ୍ରଧାନ ମାଷ୍ଟର ରୋଲ ଜେନେରେଟ ପାଇଁ ହିତାଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କୋରାପୁଟ ଭିଜିଲାନ୍ସ ଚଢ଼ାଉ କରି ୧୦ ହଜାର ଟଙ୍କା ଜବତ କରି ଜିଆରଏସ୍ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବିଭାଗ ତରଫରୁ ସୂଚନା ମିଳିଛି ।