ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୩୦ ବର୍ଷ ତଳ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, ଆତ୍ମହତ୍ୟା ପାଇଁ ଉସୁକାଇବାର ଠୋସ୍‌ ପ୍ରମାଣ ଜରୁରି

ନୂଆଦିଲ୍ଲୀ,୦୧/୦୩: ଆତ୍ମହତ୍ୟା ପାଇଁ ଉସୁକାଇବାର ଠୋସ୍‌ ପ୍ରମାଣ ଜରୁରି । ଠୋସ୍‌ ପ୍ରମାଣ ନଥିଲେ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ ପତିକୁ ଦାୟୀ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ୩୦ ବର୍ଷ ତଳର ମାମଲାରେ ରାୟ ଶୁଣାଇଛନ୍ତି । ପତିଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି  କରିଥିଲେ ଏବଂ ଆତ୍ମହତ୍ୟା ପାଇଁ ପତ୍ନୀଙ୍କୁ  ଉସୁକାଇବା ମାମଲାରୁ ମୁକ୍ତ କରିଥିଲେ ।  

ବିଚାରପତି ଜେ.ବି ପାର୍‌ଦିୱାଲା ଓ  ମଜୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ  କହିଥିଲେ ଆଇପିସିର ଧାରା ୩୦୬-କ  ଅଧୀନରେ ଏଭଳି ମାମଲାରେ ପତିଙ୍କ  ବିରୋଧରେ ଉତ୍ପୀଡନ କିମ୍ବା କ୍ରୁରତାର  ଉପଯୁକ୍ତ ପ୍ରମାଣ ରହିବା ଆବଶ୍ୟକ ।  କେବଳ ଉତ୍ପୀଡନ ଆଧାରରେ କୌଣସି  ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା  ଲାଗି ଦୋଷୀ ସାବ୍ୟସ୍ତ କରିବାରେ ପର୍ଯ୍ୟାପ୍ତ  ନୁହେଁ । ଯଦି ଲଗାତାର ଭାବେ ଉତ୍ପୀଡନ  କରାଯାଉଥିବା ନେଇ କୌଣସି ପର୍ଯ୍ୟାପ୍ତ  ପ୍ରମାଣ ରହିଥାଏ ଏବଂ ଯେଉଁଥି ପାଇଁ ପତ୍ନୀଙ୍କ  ନିକଟରେ ଆତ୍ମହତ୍ୟା କରିବା ଛଡା ଅନ୍ୟ  କିଛି ପନ୍ଥା ନଥାଏ ତେବେ ସେଭଳି କ୍ଷେତ୍ରରେ  ପତି ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା  ଧରାଯିବ । ଧାରା ୧୧୩-କ ଅଧୀନରେ  ବିବାହର ୭ ବର୍ଷ ଭିତରେ ଯଦି ମହିଳା  ଆତ୍ମହତ୍ୟା କରନ୍ତି ସେଭଳି କ୍ଷେତ୍ରରେ  ତେବେ ପତି ଓ ଶାଶୁଘର ଲୋକଙ୍କ  ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା  ମାମଲାରେ କେସ୍‌ ରୁଜୁ କରାଯାଇଥାଏ ।

 ଏହି ମାମଲା ୧୯୯୩ ମସିହାରେ  ହରିଆଣାରେ ଘଟିଥିଲା । ସେହି ବର୍ଷ ନଭେମ୍ବର  ୧୯ରେ ମହିଳା ଜଣକ ବିଷ ପାନ କରି  ଆତ୍ମହତ୍ୟା କରିଥିଲେ । ମହିଳାଙ୍କ ପରିବାର  ପକ୍ଷରୁ ପତିଙ୍କ ବିରୋଧରେ ଉତ୍ପୀଡନ  ଅଭିଯୋଗ କରାଯାଇଥିଲା । ପରିବାର ଲୋକେ  ଅଭିଯୋଗ କରିଥିଲେ କି ରାସନ ଦୋକାନ  ଖୋଲିବା ଲାଗି ପତି ଓ ଶାଶୁଘର ଲୋକମାନେ  ମହିଳାଙ୍କୁ ବିବାହ ପରଠାରୁ ନିର୍ଯାତନା  ଦେବା ଆରମ୍ଭ କରିଥିଲେ । ପୁଲିସ ପତିଙ୍କ  ବିରୋଧରେ ଆଇପିସିର ଦଫା ୩୦୬ରେ  ମାମଲା ରୁଜୁ କରିଥିଲା । ୧୯୯୮ରେ କର୍ଣ୍ଣାଲର  ତଳକୋର୍ଟ ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।  ୨୦୦୮ରେ ହାଇକୋର୍ଟ ମଧ୍ୟ ତାକୁ କାଏମ  ରଖିଥିଲେ । ଶେଷରେ ପତି ଓ ତାଙ୍କ ପରିବାର  ଲୋକେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.