ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ଵାମୀ ଅଟକ, ଯୌତୁକ ନିର୍ଯାତନା ଅଭିଯୋଗ

ଦଶରଥପୁର, ୧୯।୯ : ଦଶରଥପୁର ବ୍ଲକ ମାଙ୍ଗଳପୁର ଥାନା ମଲ୍ଲିକାପୁର ପଞ୍ଚାୟତ ଦାଣ୍ଡିସାହି ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ। ସ୍ଥାନୀୟ ପୋଲିସ ନବବଧୂଙ୍କ ସ୍ୱାମୀକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। 

ସୂଚନା ମୁତାବକ, ଦାଣ୍ଡିସାହି ଅଞ୍ଚଳର ଗୌତମ ପଣ୍ଡାଙ୍କ ଝିଅ ରଶ୍ମିତା (୧୯ ବର୍ଷ) ୬ ମାସ ତଳେ ସେହି ଅଞ୍ଚଳର ନାରାୟଣ ପତିଙ୍କ ପୁଅ ମୃତ୍ୟୁଞ୍ଜୟଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ବାପ ଘରୁ ଯୌତୁକ ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବା ଆରମ୍ଭ ହୋଇଥିଲା । ମଙ୍ଗଳବାର ସକାଳେ ରଶ୍ମିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇ ବାପଘର ଲୋକେ ମଙ୍ଗଳପୁର ମେଡ଼ିକାଲରେ ପହଁଚିବା ସହିତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ସ୍ୱାମୀ ମୃତ୍ୟୁଞ୍ଜୟକୁ ଥାନରେ ଅଟକ ରଖିଛି। ନବବଧୂଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ବାପ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.