ପ୍ରମୂଖ ଖବର

ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ପାଟଣା, ୨୦/୦୨ : ଆଦିବାସୀ ଛାତ୍ରୀ ନିବାସରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣଘାଟି ସରକାରୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଛାତ୍ରୀ ନିବାସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଛି । 

ସୂଚନାନୁଯାୟୀ, କାଳିଘାଇ ଗ୍ରାମର କାର୍ତ୍ତିକ ନାୟକଙ୍କ ଝିଅ ପ୍ରିୟଦର୍ଶନୀ ନାୟକ ପଲାଣଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିଲେ। ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ସେ ରହୁଥିଲେ। ବିଳମ୍ବିତ ରାତିରେ ତାଙ୍କର ହଠାତ୍ ବାନ୍ତି ହେବା ପରେ ସେ ଅସୁସ୍ଥ ଅନୁଭଵ କରିଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ କାରଣ ଜଣା ପଡ଼ିବ ବୋଲି ଡାକ୍ତର କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.