ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

‘ଆନିମଲ’ ଫିଲ୍ମକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଲେ ସିଙ୍ଗର , ରଣବୀରଙ୍କ ଭୂମିକାକୁ କହିଲେ ‘ମହିଳା ବିରୋଧି’

ନୂଆଦିଲ୍ଲୀ : ରଣବୀର କପୁରଙ୍କ ଅଭିନୀତ ଆନିମଲ ଫିଲ୍ମ ହଲ୍‌ରେ ରିଲିଜ ହୋଇ ସାରିଛି। ଫିଲ୍ମକୁ ମିଶ୍ରିତ ରିଭ୍ୟୁ ମିଳିଛି। ରଣବିଜୟର ଚରିତ୍ରରେ ରଣବୀରଙ୍କୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ , ଆଉ କିଛି ଲୋକ ଖୁବ୍‌ ସମାଲୋଚନା ମଧ୍ୟ କରୁଛନ୍ତି। ରଣବୀରଙ୍କ କ୍ୟାରେକ୍ଟରକୁ ମହିଳା ବିରୋଧୀ କୁହାଯାଉଛି। ସିଙ୍ଗର-ଆକ୍ଟର ସ୍ୱାନନ୍ଦ କିରକିରେ ମଧ୍ୟ ଫିଲ୍ମରେ ରଣବୀରଙ୍କ କ୍ୟାରେକ୍ଟରରେ ନିରାଶ ନଜର ଆସିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି- ଆଜି ଆନିମଲ ଫିଲ୍ମ ଦେଖି ମୋତେ ସତରେ ଆଜିର ପିଢିର ସ୍ତ୍ରୀଙ୍କ ଉପରେ ଦୟା ଆସୁଛି। 

ମହିଳାଙ୍କୁ ନିଚ୍ଚ ଦେଖାଉଛି ରଣବିଜୟ – 

ସନ୍ଦୀପ ରେଡୀ ୱାଙ୍ଗାର ନିର୍ଦ୍ଦେଶନାରେ ନିର୍ମିତି ଫିଲ୍ମ ଆନିମଲ ଫିଲ୍ମ ଦେଖିଛନ୍ତି ସ୍ୱାନନ୍ଦ କିରକିରେ ଏବଂ ଏହାକୁ ନାପସନ୍ଦ କରିଛନ୍ତି। ଏହା ସମାଜରେ ନକରାତ୍ମକ ପ୍ରଭାବ ପକାଇବ ବୋଲି କହିଛନ୍ତି । ସ୍ୱାନନ୍ଦଙ୍କ ମୁତାବିକ ନିର୍ଦ୍ଦେଶକ ଏହା ନୂଆ ପିଢିର ପୁରୁଷପଣିଆ ପ୍ରସ୍ତୁତ କରିଛନ୍ତି , ଯିଏ ମହିଳାଙ୍କ ଉପରେ ହାତ ଉଠାଉଛନ୍ତି ଏବଂ ତାକୁ ନିଜର ପୌରୁଷତ୍ୱକୁ ବୁଝାଉଛନ୍ତି। ସ୍ୱାନନ୍ଦ ଲେଖିଛନ୍ତି - ମହବୁବ ଖାନଙ୍କ-ମହିଳା, ଗୁରୁଦୁତ୍ତଙ୍କ-ସାହବ ବିବି ଓ ଗୁଲାମ, ହୃଷିକେଶ ମୁଖାର୍ଜୀଙ୍କର – ଅନୁପମା , ଶ୍ୟାମ ବେନେଗଲଙ୍କ ଅଙ୍କୁର ଓ ଭୂମିକା , କେତନ ମେହଟ୍ଟାଙ୍କ ମିର୍ଚ ମସାଲାରେ ବଞ୍ଚି ରହିଛି। ଗୌରୀ ସିନ୍ଦେଙ୍କ ଇଙ୍ଗଲିସ୍‌ ଭିଙ୍ଗଲିସ୍‌ , ବହଲଙ୍କ କ୍ୱିନ୍‌ ସୁଜିତ ସରକାରଙ୍କ ପିକୁ ଆଦି। 

ହିନ୍ଦୁସ୍ତାନୀ ସିନେମାର ଅନେକ ଏମିତି ଫିଲ୍ମ ଅଛି, ଯେଉଁଥିରୁ ମୁଁ ଶିଖିଛି କେମିତି ସ୍ତ୍ରୀର ଅଧିକାର , ତାର ସ୍ୱାଧିନତାର ସମ୍ମାନ କରିବା ଉଚିତ। ଆଜି ଆନିମଲ ଫିଲ୍ମ ଦେଖି ମୋତେ ସତରେ ଆଜିର ପିଢିର ମହିଳାଙ୍କ ଉପରେ ଦୟା ଆସୁଛି ! ସେପଟେ ସ୍ୱାନନ୍ଦଙ୍କ ଏହି ପୋଷ୍ଟ ଏକ ନୂଆ ତର୍କ ଆରମ୍ଭ କରି ଦେଇଛି। 

ଏହା ଉପରେ ୟୁଜର ମଧ୍ୟ କମେଣ୍ଟ କରି ତାଙ୍କ କଥା ସହ ରିଲେଟ୍‌ କରୁଛନ୍ତି । ଜଣେ କହିଛନ୍ତି –ଏହି ,ସିନେମା ପାଇଁ କେହି ବୟକଟ୍‌ କରିବେ ନାହିଁ । ଏଥିରେ କାହାର ଭାବନା ଆହତ ହେଉ ନାହିଁ ! ଆପଣ ବୁଝି ପାରିବେ କି  ସାର୍‌ , ସମାଜ କେଉଁ ଦିଗରେ ଯାଉଛି ! ହେଲେ ଆମର ଗର୍ବ କି ଏହି ସମାଜରେ ଆପଣଙ୍କ ଭଳି ସମ୍ୱେଦନଶୀଳ ପୁରୁଷ ମଧ୍ୟ ଅଛନ୍ତି ! କିନ୍ତୁ ଯେଉଁ ଟିନଏଜର ଅଛନ୍ତି , ତାଙ୍କ ପାଇଁ ବିପଜ୍ଜନକ , କାରଣ ତାଙ୍କର ରୋଲ ମଡେଲ ଏହି ଫିଲ୍ମ ଆକ୍ଟର ହୋଇଥାନ୍ତି। 


ଏହା ପ୍ରଥମ ଥର ନୁହେଁ ଯେବେ ସନ୍ଦୀପଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାହାର ପ୍ରଶ୍ନ ଉଠିଛି । ସାହିଦ କପୁରଙ୍କ ଅଭିନୀତ କବୀର ସିଂହକୁ ନେଇ ମଧ୍ୟ ଖୁବ୍‌ ବିବାଦ ହୋଇଥିଲା । ଆନିମନରେ ରଣବୀର କପୁରଙ୍କ ସହ ଅନିଲ କପୁର, ରଶ୍ମିକା ମନ୍ଦାନା , ବବି ଦେଓଲ ମୁଖ୍ୟ ଭୂମିକାରେ ଅଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.