ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗିରଫ ହେଲେ ଟେଲି ଅଭିନେତା ଭୂପିନ୍ଦର ସିଂହ, ହତ୍ୟା ମାମଲାରେ ଗଲେ ଜେଲ୍

ନୂଆଦିଲ୍ଲୀ ୦୫/୧୨: ଟେଲିଭିଜନ ଅଭିନେତା ଭୂପିନ୍ଦର ସିଂହଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରାଯାଇଛି । ଏଥିସହ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଫେରାର ଥିବାରୁ ସେମାନଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି । ଉତ୍ତରପ୍ରଦେଶର ବିଜନୋର ଜିଲ୍ଲା କୁଆଁଖେଡା ଗ୍ରାମରେ ଗତ ରବିବାର ଏହି ଅଭାବନୀୟ ଘଟଣା ଘଟିଛି ।

ପୁଲିସ ଡିଆଇଜି ମୁନିରାଜଙ୍କ ସୂଚନା ଅନୁସାରେ ଉକ୍ତ ଗ୍ରାମରେ ରହିଛି ଭୂପିନ୍ଦରଙ୍କ ପୈତୃକ ଘର । ସେଠାରେ ତାଙ୍କର ଏକ ଚାଷଜମି ଅଛି । ଉକ୍ତ ଚାଷଜମିକୁ ଲାଗି ସେହି ଗ୍ରାମର ଗୁରଦୀପ ସିଂହଙ୍କର ଏକ ଜମି ରହିଛି । ଉଭୟଙ୍କ ଜମି ମଝିରେ ଏକ ଗଛ ଅଛି । ଏହି ଗଛକୁ ନେଇ ସେମାନଙ୍କ ଭିତରେ କିଛିଦିନ ହେଲା ବିବାଦ ଲାଗିଥିଲା । ଗତ ରବିବାର ବିବାଦ ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଭୂପିନ୍ଦର ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲେ । ଏଥିରେ ଗୁରଦୀପ ସିଂହଙ୍କ ପୁଅ ଗୋବିନ୍ଦ ସିଂହ (୨୨)ଙ୍କ ମୃତ୍ୟୁ ହୋଇଥିଲା । ତା’ଛଡା ଗୁରଦୀପ ସିଂହ, ତାଙ୍କ ପତ୍ନୀ ଓ ଅନ୍ୟ ଜଣେ ପୁଅ ଆହତ ହୋଇଛନ୍ତି । 

ମୃତ ଗୋବିନ୍ଦ ସିଂହଙ୍କ କକାଙ୍କ ଅଭିଯୋଗ ଆଧାରରେ ପୁଲିସ ଭୂପିନ୍ଦର ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । ଏହି ମାମଲାରେ ଆଜି ଭୂପିନ୍ଦରଙ୍କୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଜୟ ମହାଭାରତ ଟିଭି ସିରିଏଲ୍ରୁ ଭୂପିନ୍ଦର ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ସିରିଏଲରେ ନଜର ଆସିଛନ୍ତି । ଏଥିସହ ଶ୍ୟାମ ଘନଶ୍ୟାମ, ସୋଚ୍ ଏଲ୍ ଓ ଯୁବରାଜ ଭଳି କେତେକ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.