ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ବ୍ଲାକମେଲ କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା, ଟ୍ୟୁସନ ସାର୍‌ଙ୍କ ଗଳାକାଟି ହତ୍ୟା କଲା ଛାତ୍ର

ନୂଆଦିଲ୍ଲୀ,୦୪/୦୯: ଟ୍ୟୁସନ କରୁଥିବା ୧୪ ବର୍ଷୀୟ ନାବାଳକ ଛାତ୍ରକୁ ବାରମ୍ବାର ଯୌନ ନିର୍ଯାତନା ଦେବା ଓ ତାର  ଭିଡିଓ ରେକର୍ଡିଂ କରି ବ୍ଲାକମେଲ କରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଅତିଷ୍ଠ  ହୋଇ ଛାତ୍ର ଜଣକ ଶିକ୍ଷକଙ୍କୁ ଗଳାକାଟି  ହତ୍ୟା କରିଛି । ଏଭଳି ଘଟଣା ରାଜଧାନୀ  ଦିଲ୍ଲୀର ଜାମିଆ ନଗର ଅନ୍ତର୍ଗତ ବାଟଲା ହାଉସ୍‌ ଅଞ୍ଚଳରେ ଘଟିଛି । ପୁଲିସ  ନାବାଳକ ଛାତ୍ରକୁ ଗିରଫ କରିଛି ।  ସେ ହତ୍ୟା କରିଥିବା ସ୍ୱୀକାର କରିଛି ।  

ପୁଲିସ ସୂଚନା ଅନୁସାରେ ହତ୍ୟାର  ଶିକାର ହୋଇଥିବା ୨୮ ବର୍ଷୀୟ ଟ୍ୟୁସନ  ଶିକ୍ଷକଙ୍କ ନାମ ୱାସିମ । ସେ ଜାକିର  ନଗର ଅଞ୍ଚଳରେ ରହୁଥିଲେ । ଦୁଇମାସ  ତଳେ ଛାତ୍ରଙ୍କ ସହ ତାଙ୍କର ପରିଚିତ  ହୋଇଥିଲା । ଟ୍ୟୁସନ ବାହାନାରେ ସେ ଛାତ୍ରଟିକୁ ଅନେକ ସମୟରେ ଯୌନ ନିର୍ଯାତନା ଦେଉଥିଲେ । ଏହାର  ଭିଡିଓ ଭାଇରାଲ କରିବାକୁ ଶିକ୍ଷକ  ଧମକ ଦେଉଥିଲେ । ଏଥିରେ ଅତିଷ୍ଠ  ହୋଇ ଛାତ୍ର ଜଣକ ପେପର କଟର ସହାୟତାରେ ଟ୍ୟୁସନ ଶିକ୍ଷକଙ୍କ ବେକକୁ  କାଟି ହତ୍ୟା କରିଥିବା ସ୍ୱୀକାର କରିଛି ।

Copyright © 2022 - Summa Real Media Private Limited. All Rights Reserved.