ବେଙ୍ଗାଲୁରୁ: ନେଦରଲ୍ୟାଣ୍ଡସ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ରନ୍ ବର୍ଷା କରିଛି । ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରନ୍ ବିସ୍ଫୋରଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦୀପାବଳି ଅବସରରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋରକୁ ନେଇ ସେଲିବ୍ରେସନ ମଧ୍ୟ ଆରମ୍ଭ ହୋଇଯାଇଛି । ଏହା ସହ ଟିମ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର ବଡ଼ ରେକର୍ଡ କରିଛନ୍ତି । ଭାରତୀୟ ଟିମ୍ର ଟପ-୫ ବ୍ୟାଟର ଅର୍ଦ୍ଧଶତକ କରିବାରେ ସଫଳ ହୋଇଛନ୍ତି ।
ନେଦରଲ୍ୟାଣ୍ଡସ ବିପକ୍ଷରେ ରୋହିତ ଶର୍ମା ଏବଂ ଶୁଭମନ ଗିଲଙ୍କ ବ୍ୟତୀତ ବିରାଟ କୋହଲି, ଶ୍ରେୟସ ଆୟର ଓ କେଏଲ ରାହୁଲ ୫୦ ରନ୍ରୁ ଅଧିକ କରିଛନ୍ତି । ଭାରତୀୟ ବ୍ୟାଟରମାନେ ବିଶ୍ବକପ ଇତିହାସରେ ଏଭଳି କାରନାମା କରିବାରେ ସଫଳ ହୋଇଛନ୍ତି । ରୋହିତ ଶର୍ମା ୫୪ଟି ବଲ୍ରେ ୬୧ ରନ୍ କରିଥିବା ବେଳେ ଗିଲ୍ ୩୨ ବଲରେ ୫୧ ରନ୍ କରିଛନ୍ତି । ସେହିଭଳି କୋହଲି ୫୬ ବଲ୍ରେ ୫୧ ରନ୍ କରିଥଛନ୍ତି । କୋହଲିଙ୍କ ପରେ ଶ୍ରୟସ ଆୟର ଏବଂ କେଏଲ ରାହୁଲ ଶତକ କରିଛନ୍ତି । ଓ୍ବାର୍ଲଡ କପ୍ର ୪୮ ବର୍ଷ ଇତିହାସରେ ଭାରତୀୟ ଟିମ୍ର ଶୀର୍ଷ ୫ ବ୍ୟାଟର ଅର୍ଦ୍ଧଶତକ ପୂରା କରିପାରିଛନ୍ତି ।
ଏପରିକି ବିଶ୍ବକପ ଇତିହାସରେ କୌଣସି ଟିମ୍ର ଟପ-୫ ବ୍ୟାଟର ଅର୍ଦ୍ଧଶତକ ପୂରା କରିଛନ୍ତି । ବିଶ୍ବକପର ପ୍ରଥମ ସଂସ୍କରଣ ୧୯୭୫ରେ ହୋଇଥିଲା । ତେବେ ଦିନିକିଆ ଇତିହାସରେ ଏଭଳି ରେକର୍ଡ ଦୁଇ ଥର ହୋଇଥିଲା କିନ୍ତୁ ବିଶ୍ବକପ୍ ଇତିହାସରେ ଏହା ପ୍ରଥମ । ଦିନିକିଆ ଇତିହାସରେ ଅଷ୍ଟ୍ରେଲିଆ ଟିମ୍ ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲା ।
୨୦୧୩ରେ ଅଷ୍ଟ୍ରେଲିଆର ଟପ୍-୫ ବ୍ୟାଟର ୫୦ ରନ୍ ପୂରା କରିଥିଲେ । ଏହା ପରେ ୨୦୨୦ରେ ପୁଣି ଥରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲା । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଦିନିକିଆ ମୁକାବିଲା ସିଡନୀରେ ହୋଇଥିଲା । ଆଉ ଏବେ ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତ ଏହି ରେକର୍ଡ ନିଜ ନାଁରେ କରିଛି ।