ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

୯୭ ବର୍ଷୀୟା ଫିଟ୍‌ନେସ ଆଇକନ୍‌: ବିଛଣାରେ ଏକ୍ସରସାଇଜ୍‌, ବାଥରୁମ୍‌ରେ ପୁଶ୍‌ଅପ୍‌ରୁ ଦିନ ଆରମ୍ଭ କରନ୍ତି ଇଲେନ

ନୂଆଦିଲ୍ଲୀ ୧୨/୦୯: ଆମେରିକାର ଇଲେନ ଲାଲେନ ୯୭ ବର୍ଷ ବୟସରେ ମଧ୍ୟ ଫିଟ୍‌ନେସ୍‌ ଦୁନିଆ ପାଇଁ ଆଦର୍ଶ ହୋଇଛନ୍ତି । ବିଛଣା ଛାଡ଼ିବା ପୂର୍ବରୁ ବ୍ୟାୟାମରୁ ତାଙ୍କ ସକାଳ ଆରମ୍ଭ ହୋଇଯାଏ । ବିଛଣାରେ ଶୋଇ ସେ ୨୪ ଥର ଜ୍ୟାକ୍‌ନାଇଫ୍‌ (ପେଟର ଏକ ପ୍ରକାର ବ୍ୟାୟାମ) କରନ୍ତି । ସ୍ନାନାଗାରରେ ପୁଶ୍‌ଅପ୍‌ କରିବା ପରେ ଘରେ ଥିବା ଜିମ୍‌ରେ କିଛି ସମୟ ଟ୍ରେଡ୍‌ମିଲ୍‌ରେ ଦୌଡ଼ନ୍ତି।

ସେ କହନ୍ତି, ପ୍ରତିଦିନ ୨୦ ମିନିଟ୍‌ର ବ୍ୟାୟାମ ତାଙ୍କ ପାଇଁ ଯଥେଷ୍ଟ । କିନ୍ତୁ ତାଙ୍କର ସବୁଠୁ ବଡ଼ ଶକ୍ତି ହେଉଛି ସେ ପ୍ରତ୍ୟେକ ସକାଳେ ନିଜକୁ ମନେ ପକାଇ ଦିଅନ୍ତି- ‘ଆପଣଙ୍କୁ ବିଶ୍ୱାସ କରିବାକୁ ହେବ ଯେ ଆପଣ କରିପାରିବେ’ । ଏହି ବିଶ୍ୱାସ ତାଙ୍କୁ ଆଘାତ ଓ ମାନସିକ ସମସ୍ୟା ଦେଇ ଗତି କରିବା ସମୟରେ କେବଳ ଶାରୀରିକ ରୂପେ ସକ୍ରିୟ ରଖିଛି ତାହା ନୁହେଁ, ନିଜଠୁ ୧୦ ବର୍ଷ କମ୍‌ ବୟସର ଲୋକଙ୍କ ଭଳି ଜୀବନ ବଞ୍ଚିବାରେ ସହାୟକ ହୋଇଛି । ହାରାହାରି ୬ ଦଶନ୍ଧି ପର୍ଯ୍ୟନ୍ତ ସେ ଟେଲିଭିଜନ୍‌ ଫିଟ୍‌ନେସ୍‌ ଆଇକନ୍‌ ଜ୍ୟାକ୍‌ ଲାଲେନଙ୍କ ପତ୍ନୀ ଓ ବିଜ୍‌ନେସ ପାର୍ଟନର୍‌ ଥିଲେ । 

ଜ୍ୟାକ୍‌ଙ୍କୁ ଆମେରିକାର ଆଧୁନିକ ଫିଟ୍‌ନେସ୍‌ ଆନ୍ଦୋଳନର ଜନକ କୁହାଯାଏ । ଇଲେନ ପରଦା ପଛରେ କାମ କରିବାକୁ ପସନ୍ଦ କରୁଥିଲେ । କେବଳ ଟିଭି ଶୋ’ ନୁହେଁ, ଅନେକ ଫିଟ୍‌ନେସ ଗ୍ୟାଜେଟ୍‌, ଖାଦ୍ୟ ଉତ୍ପାଦ ଓ ସମଗ୍ର ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଖୋଲିଥିବା ଜିମ୍‌ର ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିଲେ । ୨୦୧୧ ମସିହାରେ ଜ୍ୟାକ୍‌ଙ୍କ ମୃତ୍ୟୁ ପରେ ମଧ୍ୟ ଇଲେନ ନିଜ ପାରିବାରିକ ବ୍ୟବସାୟ ବିଫିଟ୍‌ ଏଣ୍ଟରପ୍ରାଇଜେସ୍‌ ଚଳାଉଛନ୍ତି । ଗତ ୪ ବର୍ଷରେ ବୟସ ବୃଦ୍ଧି ଓ ଫିଟ୍‌ନେସ ଉପରେ ଇଲେନଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇଛି । ସେ ଏକ ଡକ୍ୟୁମେଣ୍ଟାରୀ ଓ ଫିଲ୍ମ ମଧ୍ୟ ନିର୍ମାଣ କରୁଛନ୍ତି । ଦୈନନ୍ଦିନ ବ୍ୟାୟାମ ଦ୍ୱାରା ଶରୀର ଉପରେ ହେଉଥିବା ସକାରାତ୍ମକ ପ୍ରଭାବର ସବୁଠୁ ବଡ଼ ପ୍ରମାଣ ହେଉଛନ୍ତି ଇଲେନ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.