ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଖରିସିଆଣ ସରକାରୀ ଉଚ୍ଚ ବିଦ୍ୟାଳୟ : ରାତ୍ରି ଜଗୁଆଳି ଓ ଝାଡୁଦାର ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଗରଦପୁର, ୬।୯ : ଗରଦପୁର ବ୍ଲକର ରାଏସର ଖରିସିଆଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ରାତ୍ରି ଜଗୁଆଳି ଓ ଝାଡୁଦାର  ପଦବୀ ନିଯୁକ୍ତି  ହୋଇଥିଲା। ଏହି ନିଯୁକ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। 

ପ୍ରକାଶ କି ଉକ୍ତ ବିଦ୍ୟାଳୟରେ ରାତ୍ରି ଜଗୁଆଳି ଓ ଝାଡ଼ୁଦାର ପଦବୀ ପାଇଁ ସରକାରଙ୍କ ମୋ ସ୍କୁଲ ଯୋଜନାରେ ଏହି ଗ୍ରାମରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଦରଖାସ୍ତ ଆବେଦନ କରିବା ନେଇ ସରକାର ଙ୍କ ପକ୍ଷରୁ ବିଜ୍ଞାପନ ଆହ୍ବାନ କରାଯାଇଥିଲା । ହେଲେ ବ୍ଲକ ପ୍ରଶାସନ ସମେତ ଶିଶୁ ମଙ୍ଗଳ ଅଧିକାରୀ କିମ୍ବା ଶିକ୍ଷା ଅଧିକାରୀ ଉକ୍ତ ବିଜ୍ଞାପନ କୁ ସାର୍ବଜନୀନ କରି ନ ଥିଲେ। ଉକ୍ତ ତିନୋଟି କାର୍ଯ୍ୟାଳୟରେ ଲୁଚାଇ ମାରିଦେବା ସହ ନିୟମ ଅନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ସର୍ବସାଧାରଣ ସ୍ଥାନରେ ବିଜ୍ଞାପନ ମାନିନଥିଲେ । ଉକ୍ତ ଗ୍ରାମର ଏକ ସ୍ବୟଂ ସହାୟକ ଗୋଷ୍ଠୀ କୁ ନିଯୁକ୍ତି ଦେଇଥିଲେ। ଗତ ଫେବୃଆରୀ ମାସ ୭ ତାରିଖରୁ ମାସକୁ ୧୦ ହଜାର ୯୮୦ ଟଙ୍କା ଦରମାରେ ରାତ୍ରି ଜଗୁଆଳି  ଓ ଝାଡ଼ୁଦାର ପାଇଁ ୪ ହଜାର ୨୩୮ ଟଙ୍କା ରେ ଉକ୍ତ ଗୋଷ୍ଠୀ ଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । 

ତେବେ ଏହି ନିଯୁକ୍ତି ବେଆଇନ ଦର୍ଶାଇ ଉକ୍ତ ଗ୍ରାମରେ ଥିବା ରାମେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀର ସଂପାଦିକା ରଶ୍ମିତା ପରିଡ଼ା ଗରଦପୁର ବିଡ଼ିଓ ଙ୍କ ସମେତ , ବ୍ଲକ ଶିକ୍ଷା ଅଧିକାରୀ, ଶୁଶୁ ମଙ୍ଗଳ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ । ହେଲେ ଉକ୍ତ ଅଧିକାରୀ ମାନେ କୌଣସି ପଦକ୍ଷେପ ଗ୍ରହଣ  କରି ନ ଥିଲେ। ପରେ ରଶ୍ମିତା ଜିଲ୍ଲାପାଳ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ପରେ ସେ ବାଧ୍ୟ ହୋଇ ହାଇକୋର୍ ଙ୍କ ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ଅଭିଯୋଗକୁ ବିଚାରକୁ ନେଇ   ଗତ ଅଗଷ୍ଟ ୧୦ ତାରିଖରେ ଉକ୍ତ ନିଯୁକ୍ତିକୁ ରଦ୍ଦ କରିଛନ୍ତି ।

ଆହୁରି ପଢନ୍ତୁ : ପାରିବାରିକ କଳହ : ୩ ବର୍ଷର ଝିଅ ବେକ କାଟିଲା ବାପା

Copyright © 2022 - Summa Real Media Private Limited. All Rights Reserved.