ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ମୁଲୁକଚେରୀ-ସିର୍କାବର୍ଗ ରାସ୍ତା ପାଲଟିଛି ମରଣଯନ୍ତା

ଦାରିଙ୍ଗବାଡି,୧/୨(ଆପ୍ର): ପ୍ରତ୍ୟେକ ଦିନ ରାସ୍ତାରେ ଶହ ଶହ ଲୋକ ଯାତାୟାତ କରୁଛନ୍ତି । ହେଲେ ଯାତାୟାତ ରାସ୍ତା ଅବସ୍ଥା ନକହିବା ଭଲ । ଘାଟି ପାହାଡ଼ ଦେଇ  ଯାଇଥିବା ଖାଲଖମା ରାସ୍ତା ଲୋକଙ୍କ ପାଇଁ ଏବେ ବିପଦ ସଙ୍କୁଳ ପାଲଟିଛି । ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣାର ଭୟ ରହୁଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ। ମୁଲୁକଚେରି ଛକ ଠାରୁ ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା  ପାଲଟିଛି ମରଣଯନ୍ତା । ଦୀର୍ଘ ୨୦ କିଲୋମିଟର ରାସ୍ତା ଅବସ୍ଥା ନକହିବା ଭଲ । ରାସ୍ତା ସାରା ଖାଲଖମାରେ ଭର୍ତ୍ତି । ରାସ୍ତାରେ ଗୋଡ଼ି ସହ ମେଟାଲ ବାହାରି ରହିଛି। 

ମୁଲକଚେରି ଠାରୁ ବିରାଗାଡ଼ା ରାସ୍ତା ମଧ୍ୟରେ ବଡ ବଡ ଖାଲଖମା ହୋଇଥିବା ବେଳେ ଦନେକବାଡ଼ି ଠାରୁ ସିର୍କାବର୍ଗ ରାସ୍ତା ଘାଟି ପାହାଡ଼ ରାସ୍ତା ହୋଇଥିବା ବେଳେ ପ୍ରତ୍ୟେକ ବୁଲାଣିରେ ରାସ୍ତାର ସମ୍ପୂର୍ଣ୍ଣ ପିଚୁ ଉଠିଯାଇଛି । ଫଳରେ ଗୋଡି ବାହାରି  ରହିଛି । ଲୋକେ ଯାତାୟାତ ବେଳେ ଗାଡ଼ି ଚକା ରେ ଗୋଡି ବାଜିବା ଫଳରେ ଦୁର୍ଘଟଣା ବୃଦ୍ଧି ପାଉଛି । ୩ ଦିନ ମଧ୍ୟରେ ଉକ୍ତ ଘାଟି ରାସ୍ତାରେ ୨ ଜଣ ଶିକ୍ଷୟିତ୍ରୀ ସ୍କୁଟି ରୁ ପଡ଼ି ଆହତ ହୋଇଥିବା ବେଳେ ସିର୍କାବର୍ଗର ଦୁଇ ଜଣ ଲୋକ ବାଇକ୍ ରେ ଯିବା ବେଳେ ଗାଡ଼ି ଚକା ଖସି ଯାଇ ଦୁର୍ଘଟଣା ଘଟି ଆହତ ହୋଇଛନ୍ତି । ଗୋଟିଏ ମାସ ମଧ୍ୟରେ ଉକ୍ତ ରାସ୍ତାରେ ଏକାଧିକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । କେତେବେଳେ ଯେ କାହାରି ଦୁର୍ଘଟଣାରେ ଜୀବନ ଯିବ ତାହା କିଛି କହିହେବ ନାହିଁ। ଉକ୍ତ ରାସ୍ତା ଉପରେ ସିର୍କାବର୍ଗ ପଞ୍ଚାୟତର ୫ ହଜାର ଲୋକ, ଦନେକବାଡ଼ି ପଞ୍ଚାୟତର ୬ ହଜାର ରୁ ଉର୍ଦ୍ଧ ଲୋକ ଓ କୋଟଗଡ ବ୍ଲକ ଅଞ୍ଚଳ ଲୋକ ନିର୍ଭର କରିଥାନ୍ତି । ହେଲେ ରାସ୍ତା ଅବସ୍ଥା ଭଲ ନଥିବା ଯୋଗୁଁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ସିର୍କାବର୍ଗ ଓ ଦନେକବାଡ଼ି  ଗ୍ରାମବାସୀ ଆନେକ୍ ବାର ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଓ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ। ବରଂ ଦିନ କୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ଏଣୁ ଯଥା ଶୀଘ୍ର ଉକ୍ତ ରାସ୍ତାର ମରାମତି କରାଯିବା ପାଇଁ ଅଞ୍ଚଳବାସି ଦାବି କରିଥିବା ବେଳେ ଶୀଘ୍ର ମରାମତି ନକରାଗଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହ ନେତା କୁ ଗାଁରେ ପୁରାଇ ଦେବେନି ବୋଲି ଗ୍ରାମବାସି କହିଛନ୍ତି।

ଆହୁରି ପଢନ୍ତୁ : ମଦ ପିଇ ଯୁବକଙ୍କ ଉନ୍ମତକାଣ୍ଡ, ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.