ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମନ୍ କୀ ବାତ୍ ଲୋକଙ୍କ ମଧ୍ୟରେ ସକାରାତ୍ମକତା ଓ ସମ୍ବେଦନଶୀଳତା ସୃଷ୍ଟି କରୁଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୮।୧ –କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷ ୨୦୨୪ର  ପ୍ରଥମ ତଥା ୧୦୯ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି ।  

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ସକାରାତ୍ମକତା, ସମ୍ବେଦନଶୀଳତା ଏବଂ ନୂତନ ଶକ୍ତି ସୃଷ୍ଟି କରୁଛି । ସାମୂହିକ ଓ ବ୍ୟକ୍ତିଗତ ପ୍ରୟାସରେ ଆଗକୁ ବଢୁଥିବା ଆମର ଦେଶ ପଦ୍ମ ପୁରସ୍କାରରେ ସମ୍ମାନିତ ଲୋକଙ୍କ ଜୀବନ ଯାତ୍ରା, ସବୁ କ୍ଷେତ୍ରରେ ଆଗକୁ ବଢୁଥିବା ନାରୀ ଶକ୍ତି ଏବଂ ନୂଆ ମତଦାତାଙ୍କ ମଧ୍ୟରେ ଭୋଟ ଦେବା ନେଇ ସଚେତନତା ଉପରେ ପ୍ରଧାନମନ୍ତ୍ରୀ କରିଥିବା ଚର୍ଚ୍ଚା ସମସ୍ତଙ୍କୁ ଗର୍ବିତ କରିଛି । 

ପରୀକ୍ଷା ପେ ଚର୍ଚ୍ଚା’ ଭଳି ଅଭିନବ ପଦକ୍ଷେପ ଜନ ଆନ୍ଦୋଳନରେ ପରିଣତ ହେବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ । ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଏବଂ ଚାପମୁକ୍ତ ପରୀକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସନ୍ତାକାଲି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା‘ପରୀକ୍ଷା ପେ ଚର୍ଚ୍ଚା’(ପିପିସି)ରେ ଅଧିକରୁ ଅଧିକ ସାମିଲ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଆଗ୍ରହ କରିଛନ୍ତି ।

ଆହୁରି ପଢନ୍ତୁ : ପରୀକ୍ଷା ପେ ଚର୍ଚ୍ଚା’ ସପ୍ତମ ସଂସ୍କରଣ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.