ଘଟଣା ସମ୍ପର୍କରେ ଖବର ପାଇ ବାଣିଗୋଚ୍ଛା ଥାନା ଅଧିକାରୀ ଏବଂ ବାଣିଗୋଚ୍ଛା ପଶ୍ଚିମ ବନ୍ୟପ୍ରାଣୀ ଅଧିକାରୀ ଏବଂ ଆଡେଣିଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ନିକଟରେ ହାତୀ ଗର୍ଜନ ଶୁଣିବାକୁ ମିଳୁଥିବାରୁ ଯୁବକଙ୍କୁ ହାତୀ ଦଳି ଦେଇଥିବା ସନ୍ଦେହ କରାଯାଉଛି। ଯୁବକ ଜଣଙ୍କ ଏକ ଲୁଙ୍ଗି ଓ ଏକ ସାର୍ଟ ପିନ୍ଧିଥିବା ବେଳେ ବେକରେ ଗାମୁଛା ପକାଇଥିବା ଦେଖିବାକୁ ମିଳିଛିl ଘଟଣା ସ୍ଥଳରେ ଆଡେଣିଗଡ଼ ଫାଣ୍ଡି ଅଧିକାରୀ ବ୍ରହ୍ମlନନ୍ଦ ପ୍ରଧାନ ପହଞ୍ଚି ଶବ ଜବତ କରି ବୌଦ୍ଧ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି l ଶବ ବ୍ୟବଚ୍ଛେଦ ହେଲା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି l

ରେଡ଼କ୍ରସ୍ ପକ୍ଷରୁ ପ୍ରଶିକ୍ଷଣ ଶିବିର, ସାମିଲ ହୋଇଥିଲ...