ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଣିଟାଙ୍କି ଉପରେ ଚଢି ଶ୍ରମିକର ଆତ୍ମହତ୍ୟା ଚେତାବନୀ, ଉଦ୍ଧାର ପାଇଁ ପୋଲିସ ଓ ଦମକଳ ବାହିନୀ ନାକେଦମ

କର୍ଲାମୁଣ୍ଡା, ୨୭।୧ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତ ଅନ୍ତର୍ଗତ କଁଅସିଲ ଗ୍ରାମ ପାଖରେ ନିର୍ମାଣଧୀନ ପାଣିଟାଙ୍କିରେ କାର୍ଯ୍ୟରତ ଜନୈକ ଶ୍ରମିକ ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି। ଶ୍ରମିକଙ୍କୁ ଉଦ୍ଧାର ପାଇଁ ପୋଲିସ ଓ ଦମକଳ ବାହିନୀଙ୍କୁ ନାକେଦମ ହେବାକୁ ପଡିଛି। ଶ୍ରମିକ ଜଣକ ପାଣିଟାଙ୍କି ଉପରେ ଚଢି ଧମକ ଦେବାର ୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଉଦ୍ଧାର କରାଯାଇ ପାରି ନାହିଁ। 

ଗଜବାହାଲ ପଂଚାୟତ ଅନ୍ତର୍ଗତ କଁଅସିଲ ଗ୍ରାମ ପାଖରେ ନିର୍ମାଣଧୀନ ପାଣିଟାଙ୍କିରେ ନବରଙ୍ଗପୁର ଜିଲ୍ଲାର ମହେଶ  କାମ କରନ୍ତି। ଶନିବାର ହଠାତ ସେ ପାଣିଟାଙ୍କି ଉପରେ ଚଢିଯାଇ ଆତ୍ମହତ୍ୟା ଧମକ ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ, ଦମକଳ ଓ ଜଙ୍ଗଲ ବିଭାଗର ଅଧିକାରୀ ମାନେ ପହଞ୍ଚିଥିଲେ। ପ୍ରାୟ ୬ ଘଣ୍ଟା ଧରି ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମହେଶଙ୍କୁ  ଉଦ୍ଧାର କରାଯାଇ ପାରିନାହିଁ l

ଆହୁରି ପଢନ୍ତୁ : କ୍ୟାପିଟାଲ ହସ୍ପିଟାଲରେ ୨୨ ଦିନର ଶିଶୁକୁ ଛାଡ଼ି ବାପା-ମା’ ଫେରାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.