ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବିଶ୍ୱର ସବୁଠୁ ମହଙ୍ଗା ହ୍ୱିସ୍କି, ୨୩ କୋଟିରେ ନିଲାମ

ନୂଆଦିଲ୍ଲୀ ୨୧/୧୧: ଏକ ବିରଳ ସ୍କଚ୍‌ ହ୍ୱିସ୍କି ବୋତଲ ଲଣ୍ଡନର ସୋଥ୍‌ବାଏଜ୍‌ ନିଲାମଗୃହରେ ୨୩ କୋଟି ଟଙ୍କାରେ ବିକ୍ରି ହୋଇଛି । ଗୋଟିଏ ବୋତଲ ସୁରା ଭାବେ ସର୍ବାଧିକ ମୂଲ୍ୟରେ ନିଲାମ ହୋଇ ଏହା ନୂଆ ରେକର୍ଡ କରିଛି । ‘ମାକାଲାନ୍‌ ଆଡାମି ୧୯୨୬’ ବିଶ୍ୱର ସବୁଠୁ ମୂଲ୍ୟବାନ ହ୍ୱିସ୍କି ଭାବେ ପରିଚିତ, ଯାହା ନିଲାମରେ ବିଡର୍‌ମାନଙ୍କୁ ଖୁବ୍‌ ଆକର୍ଷିତ କରିଥିଲା । ଶେରି କାସ୍କରେ ଦୀର୍ଘ ୬୦ ବର୍ଷ ଧରି ରହିବା ପରେ ୧୯୮୬ ମସିହାରେ ଏହି ହ୍ୱିସ୍କିର ମାତ୍ର ୪୦ଟି ବୋତଲ ପ୍ରସ୍ତୁତ ହୋଇଥିଲା । ଏହି ବିଶେଷତ୍ୱ ଯୋଗୁ ମାକାଲାନ ହ୍ୱିସ୍କିର ଚାହିଦା ବହୁତ ଅଧିକ । 

ନିଲାମ ହୋଇଥିବା ଏହି ବୋତଲର ଡିଜାଇନ୍‌କୁ ପ୍ରସ୍ତୁତ କରିଥିଲେ ଇଟାଲିର କଳାକାର ଭାଲେରିଓ ଆଡାମି । କେବଳ ୧୨ଟି ହ୍ୱିସ୍କି ବୋତଲରେ ଏହି ନିଆରା ଡିଜାଇନ୍‌ ହୋଇଥିଲା । ୨୦୧୯ ମସିହାରେ ସମାନ କାସ୍କର ଆଉ ଏକ ବୋତଲ ସୋଥ୍‌ବାଏଜ୍‌ ନିଲାମଘରେ ପ୍ରାୟ ୧୫ ଲକ୍ଷ ପାଉଣ୍ଡରେ ବିକ୍ରି ହୋଇଥିଲା, ଯାହା ସେ ସମୟର ରେକର୍ଡ ଥିଲା । ସୋଥ୍‌ବାଏଜ୍‌ ଗ୍ଲୋବାଲ୍‌ର ମୁଖ୍ୟ ଜନତ ଫାଉଲ କହିଛନ୍ତି, ମାକାଲାନ ୧୯୨୬ ସେହି ହ୍ୱିସ୍କି, ଯାହାକୁ ପ୍ରତ୍ୟେକ ନିଲାମକର୍ତ୍ତା ବିକିବାକୁ ଚାହାନ୍ତି ଏବଂ ପ୍ରତ୍ୟେକ ଗ୍ରାହକ କିଣିବାକୁ ଚାହାନ୍ତି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.