ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଭୁଶୁଡିଲା ସ୍କୁଲ୍ , ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

ବାଲିଗୁଡା, ୧୩।୯ : କନ୍ଧମାକ ଜିଲ୍ଲା ବାଲିଗୁଡା ବ୍ଳକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଂଚାୟତ ର କିଲୁପଡ଼ାରେ ଭୁଶୁଡ଼ିଲା ସ୍କୁଲ୍ l ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ   l 

ବୁଧବାର ପୂର୍ବାହ୍ନ ଦଶଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟ ରେ ସ୍କୁଲ ର ଶିକ୍ଷକ ଙ୍କୁ ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ l ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକ ମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ l ଏହି ସମୟ ରେ ସ୍କୁଲ୍ ର ଶ୍ରେଣୀ ଗୃହ ହଠାତ୍ ଭୁଶୁଡ଼ି ପଡ଼ିଥିଲା l ସ୍କୁଲ୍ ର ଶ୍ରେଣୀ ଗୃହ ଟି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା l ବିପଦ ସଙ୍କୁଳ ଅବସ୍ଥାରେ  ଥିବା ସ୍କୁଲ୍ ରେ ପାଠ ପଢା ଚାଲୁ ରହିଥିଲା l ଏନେଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ, ବିଇଓ, ବିଡିଓ ଏବଂ  ବାଲିଗୁଡା ବିଧାୟକଙ୍କୁ ଅବଗତ କରିଥିଲେ ବି କେହି ଶୁଣିନଥିଲେ l 

ଆହୁରି ପଢନ୍ତୁ : ହୀରାକୁଦ ଜଳଭଣ୍ଡାରର ଖୋଲିଲା ୨ ଗେଟ୍

Copyright © 2022 - Summa Real Media Private Limited. All Rights Reserved.