ଭୁବନେଶ୍ଵର, ୧୧/୧୧ : ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ। ନୂଆ ପୋଲିସ ଡିଜିଙ୍କ ପାଇଁ ୭ ଜଣଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର । ବି ରାଧୀକ, ଏ. ଏମ. ପ୍ରସାଦ, ୱାଇ.ବି ଖୁରାନିଆ, ଏସ ଏମ ନରବାଣେ, ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରାଯାଇଥିବା ସୂଚନା ମିଳିଛି।
ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେବାକୁ ଯାଉଛି। ତେବେ ନୂଆ ପୋଲିସ ଡିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା ଜୋର ଧରିଛି।