ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଓଲଟି ପଡିଲା ଟ୍ରକ୍, ଡ୍ରାଇଭର ମୃତ

ଆନନ୍ଦପୁର, ୦୮/୧୧ : ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଓଲଟି ପଡିଲା ଟ୍ରକ୍, ଡ୍ରାଇଭର ମୃତ। ଆନନ୍ଦପୁର ଦେଇ ଯାଇଥିବା ୨୦ନଂ ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡ଼ା ଓଭରବ୍ରିଜ୍ ଉପରୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। 

ସୂଚନାନୁଯାୟୀ, OD 23A6971 ନମ୍ବର ବିଶିଷ୍ଟ ଏକ ଲୁହାପଥର ବୋଝେଇ ଟ୍ରକ୍ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ପାରାଦ୍ୱୀପ ଅଭିମୁଖେ ଯାଉଥିଲା। ଏହି ସମୟରେ ଶାଳପଡା ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଭରବ୍ରିଜ ତଳକୁ ଓଲଟିପଡିଛି। ଏହି ସମୟରେ ଡ୍ରାଇଭର ଡେଇଁ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଉପରେ ଟ୍ରକଟି ପଡିଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଘସିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଡ୍ରଇଭର ପରିଚୟ ମିଳିନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.