ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେନା ମୁଖ୍ୟଙ୍କୁ ବରଖାସ୍ତ ନେଇ ଖବର ପରେ ୟୁକ୍ରେନ୍‌ରେ ହଇଚଇ, ଦାବିକୁ ଖଣ୍ଡନ କଲେ ରାଷ୍ଟ୍ରପତି

Image Courtesy: tv9hindi

କିଭ୍‌: ୟୁକ୍ରେନ୍‌ର ସେନା ମୁଖ୍ୟ ଭାଲେରି ଜାଲୁଜିନିଙ୍କୁ ପଦରୁ ବରଖାସ୍ତ କରାଯିବା ନେଇ ଖବର ମିଳିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଜାଲୁଜିନିଙ୍କୁ ୟୁରୋପରେ ଆମ୍ବାସଡର କରିବାକୁ ସୁପାରିଶ କରାଯାଇଥିଲା । ହେଲେ ସେ ସ୍ପଷ୍ଟ ଭାବେ ମନା କରିଦେଇଥିଲେ । ଏହା ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଛି ବୋଲି ୟୁକ୍ରେନର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।   ଏହାରି ମଧ୍ୟରେ ଏହି ଖବର ମିଥ୍ୟା ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସକି  ।

ସେପଟେ ଜେଲେନ୍ସକିଙ୍କ ଜଣେ ନିକଟତମ ସାଂସଦଙ୍କ ଅନୁସାରେ, ଜାଲୁଜିନି ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି କାର୍ଯ୍ୟାଳୟର ଅନୁମତିକୁ ସେ ଅପେକ୍ଷା କରିଛନ୍ତି । ରାଜଧାନୀ କିଭରେ ତମାମ ଚର୍ଚ୍ଚା ଭିତରେ ରାଷ୍ଟ୍ରପତିଙ୍କ ମୁଖପାତ୍ର ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ରାଷ୍ଟ୍ରପତି ଜେଲେନ୍ସକି ସେନା ମୁଖ୍ୟଙ୍କୁ ବରଖାସ୍ତ କରିନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ନିଜର ସମ୍ବୋଧନରେ ସେନା ପ୍ରମୁଖଙ୍କୁ ବିଦା କରିବା ସଂପର୍କରେ କୌଣସି ସୂଚନା ଦେଇନଥିଲେ ଜେଲେନ୍ସକି । ଏଥିରୁ ଜଣାପଡ଼ିଛି ଯେ, ଜାଲୁଜିନିଙ୍କୁ କିଛି ଦିନ ଲାଗି ଆଶ୍ବସ୍ତି ଦିଆଯାଇଛି । ଏହା ପୂର୍ବରୁ ସାର୍ବାଜୀନନ ସ୍ଥାନରେ ସେନା ମୁଖ୍ୟଙ୍କ ବିରୁଦ୍ଧରେ ଜେଲେନ୍ସକି ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।

ଋଷିଆ ବିରୁଦ୍ଧରେ ୟୁକ୍ରେନର ପ୍ରତିଆକ୍ରମଣ ରଣନୀତି ଫେଲ ହେବା ଲାଗି ସେନା ମୁଖ୍ୟଙ୍କୁ ଦାୟୀ କରାଯାଇଛି । ଜାଲୁଜିନିଙ୍କୁ ଯଦି ବହିଷ୍କାର କରାଯାଏ ତେବେ ଗୁଇନ୍ଦା ବିଭାଗ ମୁଖ୍ୟ କିରିଲ ବୁଡ଼ାନୋଭଙ୍କୁ ୟୁକ୍ରେନ୍‌ ସେନାର ମୁଖ୍ୟ କରିପାରନ୍ତି ଜେଲେନ୍ସକି  । ସେପଟେ ଅସନ୍ତୁଷ୍ଟ ଥିବା ଜାଲୁଜିନି ଶାସନ ପରିବର୍ତ୍ତନ ପାଇଁ ଷଡ଼ଯନ୍ତ୍ର କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେନା ଏବଂ ୟୁକ୍ରେନ୍‌ର ଅନେକ ଜନସଂଖ୍ୟା ଜାଲୁଜିନିଙ୍କୁ ସମର୍ଥନ କରନ୍ତି । ଏପରିକି କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଜେଲେନ୍ସକିଙ୍କ ସ୍ଥାନରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭାବେ ଜାଲୁଜିନିଙ୍କୁ ଦେଖିବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି ।

  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.