ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ବିଜେପି ଉପରେ ଖୁବ୍ ବର୍ଷିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଲେ, ସେମାନେ କହୁଛନ୍ତି ବିଜେପି ସହ ହାତ ମିଳାଇ ଦିଅ, କିନ୍ତୁ ମୁଁ ତାହା କରିବି ନାହିଁ। କିରାଡିରେ ଏକ ନୂଆ ସରକାରୀ ସ୍କୁଲ୍ର ଶିଳାନ୍ୟାସ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ଏଠାରେ ସେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରି କହିଥିଲେ। ମୁଁ ବି ତାଙ୍କ ବିରୋଧରେ ଠିଆ ହୋଇଛି, କେବେ ବି ନଇଁବି ନାହିଁ। ସେ କହୁଛନ୍ତି ବିଜେପିକୁ ଆସି ଯାଅ , ମୁଁ ଛାଡ଼ି ଦେବି।
ମୁଁ କହିଲି, କେବେ ବିଜେପିକୁ ଯିବି ନାହିଁ। କାହିଁକି ଯିବି ବିଜେପିକୁ। ବିଜେପିକୁ ଗଲେ ସାତ୍ ଖୁବ୍ ମାଫ୍। ମୁଁ କଣ ଭୁଲ କାମ କରିଛି। ସ୍କୁଲ୍ ତ ତିଆରି କରୁଛୁ , ହସ୍ପିଟାଲ ତ ତିଆରି କରୁଛୁ। ସଡ଼କ ତ ତିଆରି କରୁଛୁ। ଲୋକଙ୍କ ପାଇଁ ଜଳର ତ ବନ୍ଦୋବସ୍ତ କରୁଛୁ। ଆମେ କଣ ଭୁଲ କରି ଦେବୁ।
ଉଲ୍ଲେଖନୀୟ ଯେ, କିରାଡି ବିଧାନସଭାରେ ସରକାରୀ ସ୍କୁଲ୍ ଗୁଡ଼ିକର ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସରକାରଙ୍କର ଶିକ୍ଷା ଓ ଚିକିତ୍ସା ମଣ୍ଡଳର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ସାଥି ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍ଙ୍କୁ ମନେପକାଇ କହିଲେ, ମନୀଷ ସିସୋଦିଆଙ୍କୁ ଏଥିପାଇଁ ଜେଲ୍ରେ ପୂରା ଗଲା ନାହିଁ, କାରଣ ସେ କୌଣସି ଦୁର୍ନୀତି କରିଛନ୍ତି। ତାଙ୍କୁ ଜେଲ୍ରେ ଏଥିପାଇଁ ରଖାଯାଇଛି, କାରଣ ସେ ଭଲ ସ୍କୁଲ ତିଆରି କରିଛନ୍ତି। ସିସୋଦିଆ ସକାଳ ୬ଟାରେ ଉଠି ସ୍କୁଲର ନିରୀକ୍ଷଣ କରି ବାହାରି ଯାଉଥିଲେ ଏବଂ ଏହା ଦେଖୁଥିଲେ କି, କେଉଁ ସ୍କୁଲରେ ପାଠପଢା କଣ ଚାଲିଛି।