ଓ୍ବାଶିଂଟନ୍, ୦୫/୦୯: ଆମେରିକାର ମିଶିଶିପିରେ ଶିକାରୀମାନେ ସବୁଠାରୁ ବଡ଼ କୁମ୍ଭୀର ଧରିବାରେ ସଫଳ ହୋଇଛନ୍ତି । ଯଦିଓ ଏହା ଦୁନିଆର ସବୁଠାରୁ ବଡ଼ କୁମ୍ଭୀର ନୁହେଁ ତଥାପି ଆମେରିକୀୟ ଶିକାରୀ ଏହାଠୁ ବଡ଼ କୁମ୍ଭୀର ଧରିନଥିଲେ ବୋଲି କହିଛନ୍ତି । ଏହି କୁମ୍ଭୀରର ଲମ୍ବ ୧୪ ଫୁଟ ୩ ଇଂଚ ଥିଲା । ଆଉ ଏହାର ଓଜନ ୩୬୪ କିଲୋଗ୍ରମା । ଏହା ପୂର୍ବରୁ ମିଶିଶିପିରେ ୧୪ ଫୁଟ୍ ୦.୭୫ ଇଂଚର ଏକ କୁମ୍ଭୀର ଧରିଥିଲେ ଶିକାରୀ । ଯାହାର ଓଜନ ଥିଲା ୩୪୭.୫ କେଜି । ଏହାକୁ ୨୦୧୭ରେ ଧରାଯାଇଥିଲା ।
କାଦୁଅରେ ଫସିରହିଲେ ହଜାର ହଜାର ଆମେରିକୀୟ, ୮ ଦିନ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ
ଏବେ ଧରାପଡ଼ିଥିବା କୁମ୍ଭୀରକୁ ୟାଜୁ ନଦୀରେ ମାରିଦିଆଯାଇଥିବା ଜଣାପଡ଼ିଛି । ଏହାକୁ ୧୦ ଦିନର ପ୍ରଚେଷ୍ଟା ପରେ ଅଗଷ୍ଟ ୨୬ରେ ଶିକାରୀମାନେ ଧରିବାରେ ସଫଳ ହୋଇଥିଲେ । ଯେଉଁ ରାତିରେ କୁମ୍ଭୀରଟିକୁ ଶିକାର କରାଗଲା ସେହି ସମୟରେ କୁମ୍ଭୀରଟି ଏକଦମ ଶାନ୍ତ ଥିଲା ବୋଲି ଶିକାରୀ ଟିମ୍ର ମୁଖ୍ୟ ଡୋନାଲ୍ଡ କହିଛନ୍ତି । ରାତି ପ୍ରାୟ ୯ଟା ସମୟରେ ଏହି କୁମ୍ଭୀରକୁ ଶିକାରୀ ଧରିବାରେ ସକ୍ଷମ ହୋଇଥିଲେ । ୮ରୁ ୯ ଥର ଜାଲରେ ପଡ଼ିବା ସତ୍ତ୍ବେ କୁମ୍ଭୀରଟିକୁ ଧରିପାରିନଥିଲେ ଶିକାରୀ । ପ୍ରତି ଥର କୁମ୍ଭୀର ଜାଲକୁ କାଟି ପଳାଉଥିଲା । ଶେଷରେ କୁମ୍ଭୀରଟିକୁ ମାରି ଯେତେବେଳେ ଡଙ୍ଗାରେ ଲଦିଦିଆଗଲା ସେତେବେଳେ ଏହାର ବିଶାଳକାୟ ଶରୀର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ଡୋନାଲ୍ଡ କହିଛନ୍ତି ।
ତେବେ ମିଶିଶିପିରେ ଅନୁମତି ବିନା କୁମ୍ଭୀର ଧରିବା ମନା । ଅନୁମତି ମିଳିବା ପରେ ୪ ଫୁଟ ଲମ୍ଭର ଦୁଇଟି ଏବଂ ୭ ଫୁଟର ଗୋଟିଏ କୁମ୍ଭୀର ଧରିପାରିବେ ଶିକାରୀ । ଏବେ ସୁଦ୍ଧା ସବୁଠୁ ବଡ଼ କୁମ୍ଭୀରର ଲମ୍ଭ ଥିଲା ୧୫ ଫୁଟ ୯ ଇଂଚ୍ । ଯାହାକୁ ୨୦୧୪ରେ ଧରାଯାଇଥିଲା । ତେବେ ବୟସ ବଢ଼ିବା ସହିତ କୁମ୍ଭୀରର ଗ୍ରୋଥ୍ ବନ୍ଦ ହୋଇଯାଏ ।
You can also read: ମେଣ୍ଟର ନାଁ INDIA ନରିଖି ଭାରତ ରଖିଥିଲେ…ବିଜେପିକୁ ଟାର୍ଗେଟ୍ କଲେ କେଜ୍ରିଓ୍ବାଲ