ହୁଗଳି : ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗର ହୁଗଳିର ଅମରାବତୀରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମ୍ୱେଦନଶୀଳ ମାମଲାକୁ ନେଇ ମମତା ସରକାରକୁ କଲେ ଟାର୍ଗେଟ୍। ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଲେ କି ଏହା ମୋର ଗ୍ୟାରେଣ୍ଟି , ମୁଁ ବଙ୍ଗଳାର ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି କି ଲୁଟେରାଙ୍କୁ ଫେରାଇବାକୁ ହିଁ ପଡ଼ିବ , ଏ ମୋଦି ଛାଡ଼ିବାର ନୁହେଁ। ମୋଦି ତାଙ୍କର ଗାଳି ଓ ହମଲାକୁ ଡ଼ରିବାର ନାହିଁ , ନଇଁବାର ବି ନାହିଁ। ଯିଏ ଗରିବଙ୍କୁ ଲୁଟିଛି, ତାକୁ ଫେରାଇବାକୁ ହିଁ ପଡ଼ିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ - କଂଗ୍ରେସ ଓ ଇଣ୍ଡି ଗଠନ ପାଇଁ ଦୁର୍ନୀତିକାରୀ , ପରିବାରବାଦୀ ଓ ତୃଷ୍ଟିକରଣକାରୀଙ୍କୁ ସମର୍ଥନ ଦେବା , ଏହା ଏକ କାମ ବାକି ଅଛି , ଏହା ସେମାନଙ୍କ ପାଇଁ ସବୁଠୁ ବଡ଼ କାମ। ଟିଏମସି ପଶ୍ଚିମବଙ୍ଗରେ ଅପରାଧ ଓ ଦୁର୍ନୀତିର ଏକ ନୂଆ ମଡେଲ ସୃଷ୍ଟି କରିଛି। ଯେବେ ପଶ୍ଚିମ ବଙ୍ଗ ବିକଶିତ ହେବ , ତାହେଲେ ପୂରା ଭାରତ ବିକଶିତ ହେବ। ଏଥିପାଇଁ ଆଗାମୀ ଲୋକସଭା ନିର୍ବାଚନରେ ଏଠାରୁ ସବୁ ସିଟ୍ରେ ପଦ୍ମ ଫୁଟିବାର ଅଛି। ଟିଏମସିର ଅହଙ୍କାର ରହୁଛି କି ତା ପାଖରେ ଏକ ବଡ଼ ଭୋଟ ବ୍ୟାଙ୍କ ଅଛି , କିନ୍ତୁ ଏହିଥର ଟିଏମସିର ଏହି ଗର୍ବ ହିଁ ଭାଙ୍ଗିବ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଟିଏମସି ସରକାର ଗରିବ , କୃଷକ , ଯୁବକ ଓ ମହିଳାଙ୍କ ସଶକ୍ତିକରଣରେ ବଡ଼ ପ୍ରତିବନ୍ଧକ ସାଜିଛି। ଏହି ଚାରି ବର୍ଗ ଯେପର୍ଯ୍ୟନ୍ତ ସଶକ୍ତ ହେବେ ନାହିଁ , ସେପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବିକଶିତ ହୋଇ ପାରିବ ନାହିଁ। ଏଥିପାଇଁ ଆଜି କେନ୍ଦ୍ର ସରକାର ଗରିବ, କୃଷକ , ଯୁବକ ଓ ମହିଳା ସଶକ୍ତିକରଣ ଉପରେ ସବୁଠୁ ଅଧିକ ଜୋର ଦେଉଛି।