ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲରୁ ନିର୍ବାଚନ ଲଢ଼ିବେ ପିଟିଆଇର ୩ ମହିଳା ନେତ୍ରୀ, ଶରିଫ୍‌ ପରିବାରକୁ ଦେବେ କଡ଼ା ଟକ୍କର !

ଇସ୍ଲାମାବାଦ: ଫେବୃଆରୀ ୮ରେ ପାକିସ୍ତାନର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନଜରରେ ରଖି ସମସ୍ତ ଦଳ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନରେ ୧୭୫ ଦଳ ମୈଦାନକୁ ଓହ୍ଲାଇଛନ୍ତି । ବହୁ ସଂଖ୍ୟକ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବେ । କିଛି ଏମିତି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଜେଲରୁ ନିର୍ବାଚନ ଲଢ଼ିବେ । ଇମ୍ରାନ୍ ଖାନଙ୍କ ଦଳ ପାକିସ୍ତାନ ତେହରିକ ଏ ଇନସାଫ୍ (ପିଟିଆଇ)ର ତିନି ଜଣ  ମହିଳା ପ୍ରାର୍ଥୀ ଜେଲରେ ରହି ନିର୍ବାଚନ ଲଢ଼ିବେ । ଏହି ୩ ଜଣ ପ୍ରାର୍ଥୀ ଶରିଫ ପରିବାର ବିରୋଧରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । 

୧. ଜସ୍ମିନ ରଶିଦ

ଇମ୍ରାନ୍ ଖାନଙ୍କ ଦଳର ନେତ୍ରୀ ଜସ୍ମିନ୍‌ ରଶିଦ  ଲାହୋର ନ୍ୟାସନାଲ ଆସେମ୍ବଲି-୧୩୦ ନିର୍ବାଚନ କ୍ଷେତ୍ରରୁ ନଓ୍ବାଜ ଶରିଫଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ । ଦୁଇ ଜଣଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି । ହେଲେ ଏହି ନିର୍ବାଚନ ମଣ୍ଡଳୀ ୧୯୯୦ରୁ ପିଏମଏଲ-ଏନର ଗଡ଼ ରହିଆସିଛି । ସେପଟେ ଜସ୍ମିନ୍‌ ରଶିଦ ୨୦୧୩-୨୦୨୩ ପର୍ଯ୍ୟନ୍ତ ଏହି ସିଟ୍‌ରେ ୩ ଥର ବିଜୟୀ ହୋଇଛନ୍ତି । 

୨. ଆଲିଆ ହମଜା ମଲିକ

ପିଏମଏଲ-ଏନ ନେତା ହମଜା ଶେହବାଜଙ୍କୁ ନ୍ୟାସନାଲ ଆସେମ୍ବଲି-୧୧୮ର ସବୁଠୁ ଶକ୍ତିଶାଳୀ ପ୍ରାର୍ଥୀ ବୋଲି କୁହାଯା । ହେଲେ ଏଥର ପିଟିଆଇ ନେତ୍ରୀ ହମଜା ମଲିକ ତାଙ୍କୁ ଟକ୍କର ଦେବେ ବୋଲି କୁହାଯାଉଛି । ୨୦୧୮ରେ ଏହି ସିଟ୍‌ ପିଏମଏଲ-ଏନ ଖାତାକୁ ଯାଇଥିଲା ।  ହମଜା ଶେହବାଜ ବିଜୟ ହାସଲ କରିଥିଲେ । ସେପଟେ ୨୦୧୮ରେ ପଞ୍ଜାବରୁ ନିର୍ବାଚନ ଲଢ଼ି ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ ।

୩. ସନମ ଜାଭେଦ

ଜେଲରେ ବନ୍ଦୀ ଥିବା ପିଟିଆଇର ମହିଳା ନେତ୍ରୀ ସନମ ଜାଭେଦ ନ୍ୟାସନାଲ ଆସେମ୍ବଲି-୧୧୯ରୁ ନିର୍ବାଚନ ଲଢ଼ିବେ । ସେ ମୁସଲିମ୍‌ ଲିଗ-ନଓ୍ବାଜର ମୁଖ୍ୟ ମରିୟମ ନଓ୍ବାଜଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ଦୁଇ ଜଣଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି । ମେ’ ୯ ତାରିଖ ମାମଲାରେ ସନମ ଜାଭେଦଙ୍କ ସମେତ ପିଟିଆଇର ୧୨ ଜଣରୁ ଅଧିକ ମହିଳା ନେତ୍ରୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଅଛନ୍ତି ।


  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.