ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

‘ଟିକେଟ୍‌ କଳାବଜାର ଗ୍ୟାଙ୍ଗର ପର୍ଦ୍ଦାଫାସ୍: ଇଡେନ୍‌ରେ ଖାଲି ପଡ଼ିବ ୯୪ଟି ଆସନ

କୋଲକାତା,୦୫/୧୧(କୁମାର ବିମଳ): ଭାରତ- ଦକ୍ଷିଣ ଆଫ୍ରିକା ହାଇଭୋଲ୍ଟେଜ ମୁକାବିଲା ପୂର୍ବରୁ ଟିକେଟ୍‌ କଳାବଜାର କୋଲକତା ସହରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ପୁଲିସ୍‌ କଳାବଜାରୀଙ୍କୁ ଧରିବାରେ ସଫଳ ହେବା ପରେ ଉକ୍ତ ଟିକେଟ୍‌ ଗୁଡ଼ିକୁ ଜବତ କରିଥିଲା। କୋଲକାତା ପୁଲିସର ବରିଷ୍ଠ ଅଧିକାରୀ ଶଙ୍ଖଶୁଭ୍ର ଚକ୍ରବର୍ତ୍ତୀ କହିଛନ୍ତି, ‘ଟିକେଟ୍‌  କଳାବଜାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୯୪ଟି ଟିକେଟ୍‌  ଜବତ କରାଯାଇଛି, ତାହାକୁ ବିସିସିଆଇକୁ ଫେରାଇ  ଦିଆଯିବ ନାହିଁ ।’ ତେଣୁ ରବିବାର ମ୍ୟାଚ୍‌ରେ ସେତିକି ସିଟ୍‌ ବା ଆସନ ଇଡେନ ଗାର୍ଡେନ୍ସରେ ଖାଲି  ରହିବ । କଳାବଜାରୀମାନେ ଅନ୍‌ଲାଇନରେ ଟିକେଟ୍‌  କ୍ରୟ କରି ତାହାକୁ ଚଢ଼ା ମୂଲ୍ୟରେ ବିକ୍ରି କରୁଥିଲେ ।

ଦାଦା ପିଚ୍‌ ଦେଖିଲା  ପରେ ଗଡ଼ିଲା ରୋଲର

ବିସିସିଆଇରେ କାର୍ଯ୍ୟକାଳ ପୂରଣ ହେବା ପରେ ସୌରଭ  ଗାଙ୍ଗୁଲି (ଦାଦା) ଏବେ କୌଣସି ପଦ ପଦବିରେ  ନାହାନ୍ତି । କିନ୍ତୁ ତାଙ୍କ ଭାଇ କ୍ରିକେଟ୍‌ ଆସୋସିଏସନ ଅଫ୍‌  ବେଙ୍ଗଲର ମୁଖ୍ୟ ରହିଛନ୍ତି । ଦାଦା କୌଣସି ପଦରେ  ନ ରହିଲେବି ସେ ବେଙ୍ଗଲ କ୍ରିକେଟ୍‌ର ବାଦଶାହ। ଶନିବାର ଅପରାହ୍ଣରେ ଇଡେନରେ ଦକ୍ଷିଣ ଆଫ୍ରିକା  ଅଭ୍ୟାସ କରୁଥିବା ସମୟରେ ଠିକ୍‌ ୪ଟା ସମୟରେ  ଦାଦା ପଡ଼ିଆରେ ପ୍ରବେଶ କରିଥିଲେ । ସେତେବେଳକୁ  ଆକାଶ ମେଘାଚ୍ଛନ୍ନ ରହିଥିଲା ଏବଂ ମୁଖ୍ୟ ପିଚ୍‌ ଉପରୁ  ପାଲ ବାହାର କରାଯାଇଥିଲା । ବେଶ କିଛି ସମୟ ଦାଦା ପିଚ୍‌ କ୍ୟୁରେଟରଙ୍କ ସହ କଥା ହୋଇଥିଲେ ଏବଂ ପିଚକୁ  ପରଖି ଥିଲେ । ତା’ପରେ ସେ ଫେରି ଆସିଥିଲେ । କିଛି  ସମୟ ପରେ ପିଚ୍‌ ଉପରେ ପାଣି ସ୍ପ୍ରେ କରାଯାଇଥିଲା  ଏବଂ ହାଲକା ରୋଲର ମଧ୍ୟ ଗଡ଼ାଯାଇଥିଲା । 

ଆଜି ପାଗ କୁହୁଡ଼ିଆ ରହିବ 

ଇଡେନ ଗାର୍ଡେନ୍ସ ପିଚ୍‌ ସର୍ବଦା ବ୍ୟାଟରମାନଙ୍କୁ  ସୁହାଇ ଆସିଛି । ସ୍ଥାନୀୟ ପାଣିପାଗ କେନ୍ଦ୍ରର ସୂଚନା  ଅନୁସାରେ, ଆସନ୍ତାକାଲି ପାଗ କୁହୁଡ଼ିଆ ରହିବ ।  ବର୍ଷା ହେବାର ପ୍ରାୟତଃ ସମ୍ଭାବନା ନାହିଁ । ମାତ୍ର ଆକାଶ  ମେଘୁଆ ରହିବ । ତାପମାତ୍ରା ୨୩ରୁ ୩୩ ଡିଗ୍ରୀ  ସେଲସିୟମ ମଧ୍ୟରେ ରହିବ । 

ପାଣିପାଗ ଦେଖି ଏକାଦଶ  ଚୟନ କରିବୁନି: ଦ୍ରାବିଡ଼

ଆଜି ପାଗ ମେଘୁଆ ରହିବ, ସାମାନ୍ୟ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ପାଣିପାଗକୁ ଦେଖି ଏକାଦଶରେ କିଛି ପରିବର୍ତ୍ତନ କରାଯିବା ବିଷୟରେ ପ୍ରଶ୍ନର ଉତ୍ତର ଦେଇ କୋଚ୍‌ ରାହୁଲ  ଦ୍ରାବିଡ଼ କହିଥିଲେ, ‘ପାଣି ପାଗକୁ ଦେଖି ସେମିତି  ଏକାଦଶ ପରିବର୍ତ୍ତନ କରିବା ବିଷୟରେ ଆମେ କିଛି  ଚିନ୍ତା କରିନୁ । ମ୍ୟାଚ୍‌ ପୂର୍ବରୁ ଏକାଦଶ ଘୋଷଣା  ହେଲେ ଆପଣମାନେ ଜାଣି ପାରିବେ ।’ 

ସୁଧୀର ୭୫୦* ଓ  ରାମବାବୁ ୨୫୦* 

କିମ୍ବଦନ୍ତୀ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ବଡ଼  ପ୍ରଶଂସକ ହେଲେ ସୁଧୀର ଏବଂ ମହେନ୍ଦ୍ର ସିଂ  ଧୋନିଙ୍କ ପ୍ରଶଂସକ ରାମବାବୁ । ଭାରତୀୟ ଦଳ  ଯେଉଁଠି ବି ମ୍ୟାଚ୍‌ ଖେଳୁ ସେଠାରେ ପହଞ୍ଚି ଉଭୟ  ଦଳକୁ ଉତ୍ସାହିତ କରନ୍ତି । ଇଡେନ୍‌ରେ ସେମାନେ ଶନିବାର ଅପରାହ୍ଣରେ ପହଞ୍ଚିଥିଲେ। ସନ୍ଧ୍ୟା ୫ଟାରୁ  ଭାରତୀୟ ଦଳର ଅଭ୍ୟାସ ଆରମ୍ଭ ହୋଇଥିଲା । ଉଭୟ  ପତାକା ଦେଖାଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ରାମବାବୁ କହିଥିଲେ, ‘ଜୀବନରେ କ୍ରିକେଟ୍‌ ଛଡ଼ା ଆଉ କିଛି ବୁଝେ ନାହିଁ । ଧୋନିଙ୍କର ମୁଁ ବଡ଼ ପ୍ରଶଂସକ ସତ କିନ୍ତୁ ଟିମ୍‌ ଇଣ୍ଡିଆର ସମର୍ଥକ। ତେଣୁ ପ୍ରତ୍ୟେକ ମ୍ୟାଚ୍‌ରେ ଯାଇଷ୍ଟାଡିୟମରେ ପହଞ୍ଚିଯାଏ । ୨୫୦ରୁ  ଊଦ୍ଧ୍ୱର୍ ମ୍ୟାଚ୍‌ରେ ମୁଁ ଦଳକୁ ଉତ୍ସାହିତ କରି ସାରିଲିଣି ।’ ସଚିନଙ୍କ ପ୍ରଶଂସକ ଭାବେ ସୁଧୀରଙ୍କୁ ବା କିଏ ନଜାଣନ୍ତି । ଦେଶ ଓ ବିଦେଶରେ ସବୁଠି ସେ ଭାରତୀୟ ମ୍ୟାଚ୍‌ରେ ଦେଖିବାକୁ ମିଳନ୍ତି । ସେ କହିଥିଲେ, ‘୨୦୦୧ରୁ ଏମିତି ଷ୍ଟାଡିୟମରେ ସଚିନଙ୍କ ପ୍ରଶଂସକ ଭାବେ ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରି ଆସୁଛି । ୭୫୦ରୁ ଊଦ୍ଧ୍ୱର୍ ମ୍ୟାଚ୍‌ରେ ମୁଁ ବିଭିନ୍ନ ଷ୍ଟାଡିୟମରେ ତ୍ରିରଙ୍ଗା ଧରି ଉଡ଼ାଇଛି । ଏହା ଯେ କେବେ ବନ୍ଦ ହେବ ତାହା କହି ପାରିବି ନାହିଁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.