ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଘକୁ ନେଇ ଆତଙ୍କ, ଲୋକଙ୍କୁ ସଜାଗ କରୁଛି ବନବିଭାଗ : ମିଲିକା ପଙ୍ଗା, ଗୁଡାରୀ ଓ ବୋରିପଦରରେ ପଡିଛି ବାଘ ପାଦ ଚିହ୍ନ

ଗଜପତି, ୨୮।୧୧ ରାୟଗଡା-ଗଜପତି ଜିଲ୍ଲା ସୀମାନ୍ତ ରେ ମହାବଳ ବାଘ ଆତଙ୍କ ଦେଖାଦେଇଛି।ପ୍ରଥମେ ଆନ୍ଧ୍ର ପରେ ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର, ଉଦୟଗିରି ଅଞ୍ଚଳ ରେ ଏହି ବାଘ ର ଆତଙ୍କ ଦେଖାଦେଇଥିଲା । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରାରେ ଫଟୋ କଏଦ୍ ହୋଇଥିବା ସୁଚନା ଦେଇଥିଲେ। 

ସୋମବାର ସଂନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଅତିକ୍ରମ କରି ରାୟଗଡା ସୀମା ମଧ୍ୟରେ ବାଘ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି। ଗଜପତି ବନ ବିଭାଗ ଏନେଇ ଗୁଣପୁର ରେଞ୍ଜକୁ ସୂଚନା ଦେଇଛି। ଗୁଣପୁର ରେଞ୍ଜ  ବନ ବିଭାଗ ସୂଚନା ପାଇବା ପରେ ରାୟଗଡା ଓ ଗଜପତି ସୀମାରେ ଥିବା ପଦ୍ମପୁର, ଡଲମା,ତବଲାଗୁଡା,ତର୍ପାଗୁଡା,ଲିକିଟି ପଦର ପାହାଡିଆ ଅଞ୍ଚଳ ରେ ଥିବା ଗ୍ରାମ ଗୁଡିକୁ ସଜାଗ କରାଇଛି ବନବିଭାଗ। ଗାଈ , ଛେଳି, ଲୋକ ନିଜେ ରାତ୍ରିରେ ସୁରକ୍ଷିତ ରହିବା ପାଇଁ ଡାକ ବାଜି ଯନ୍ତ୍ର ଦ୍ବାରା ସଜାଗ କରି ଥିବା ଜଣାପଡ଼ିଛି । ପଦ୍ମପୁର ବନପାଳ ମାଝି ମହାପାତ୍ର ଓ  କିଛି ବନ ବିଭାଗ କର୍ମଚାରୀ ମାନେ ଲୋକଙ୍କୁ ସଜାଗ କରିଛନ୍ତି। ବାଘ ଭୟ କୁ ନେଇ ପାହାଡିଆ ଅଞ୍ଚଳ ର ଗ୍ରାମବାସୀ ଭୟଭୀତ ଥିବା ଜଣାପଡିଛି।

 ଗଜପତି ବନବିଭାଗର ସୂଚନା ପରେ ଗୁଣପୁର ବନବିଭାଗ ସଜାଗ ରହି ଗ୍ରାମାଞ୍ଚଳ ଲୋକଙ୍କୁ ସୁରକ୍ଷିତ ରହିବାକୁ ନିର୍ଦେଶ ଦେଇଛନ୍ତି।  ମଙ୍ଗଳବାର ମିଲିକା ପଙ୍ଗା ରେ ଏକ ପାଦ ଚିହ୍ନ ଦେଖିବାକୁ ମିଳିଥିଲା | ଘଟଣା ସ୍ଥଳ କୁ ରାୟଗଡା ଏ ସି ଏଫ୍ ସନ୍ଦୀପ ପୃଷ୍ଟି ଗୁଡାରୀ ରେଞ୍ଜର ଦିଲୀପ କୁମାର ପଟ୍ଟନାୟକ ସମେତ ବନ ବିଭାଗ କର୍ମଚାରୀ ଯାଇ ଅନୁଧ୍ୟାନ କରି ଥିଲେ | ପରେ ଗୁଡାରୀ - ଚନ୍ଦ୍ରପୁର ସୀମାନ୍ତ ବେଲାମଗୁଡା, ଅନ୍ଧାର ଲିମା, ବୋରି ପଦର ବୁଲି ଅନୁଧ୍ୟାନ କରିଥିଲେ | ବୋରି ପଦର ରେ ବାଘ ର ପାଦ ଚିହ୍ନ ମଧ୍ଯ ବନ ବିଭାଗ ଦେଖିବାକୁ ପାଇଥିଲେ | ତେବେ ଗୁଡାରୀ ସୀମା ପାର ହୋଇ ଚନ୍ଦ୍ରପୁର ପଟ କୁ ବାଘ ଚାଲି ଯାଇଥିବା  ଅନୁମାନ କରାଯାଉଛି ବୋଲି ଗୁଡାରୀ ରେଞ୍ଜର ଦିଲୀପ କୁମାର ପଟ୍ଟନାୟକ  କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.