ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜିଠୁ ଭୁବନେଶ୍ୱର କାହାଣୀ ଉତ୍ସବ, ଶୁଣିବାକୁ ମିଳିବ ଓଡ଼ିଶା କଥା, ଖାଦ୍ୟ, ଉପନ୍ୟାସ, ଗପ

ଭୁବନେଶ୍ୱର,୦୩/୦୨: ବିଡିଏ ପକ୍ଷରୁ  ଶନିବାରଠାରୁ ଆରମ୍ଭ ହେବ ଏକାମ୍ର ଉତ୍ସବ ।  ପୂର୍ବଥର ଡଟ୍‌ଫେଷ୍ଟ ଭଳି ଏଥର ବି ଏହି  ଉତ୍ସବରେ ଭୁବନେଶ୍ୱର କାହାଣୀ ଉତ୍ସବ  ଆୟୋଜିତ ହେବ । ସହରର ପ୍ରମୁଖ ୪ଟି  ସ୍ଥାନ ଇନ୍ଦିରା ଗାନ୍ଧୀ ପାର୍କ, ଓଡ଼ିଶା ହସ୍ତଶିଳ୍ପ  ସଂଗ୍ରହାଳୟ (କଳାଭୂମି), ଏପିଜେ ଅବଦୁଲ  କଲାମ ପାର୍କ (କଳିଙ୍ଗନଗର) ଓ ନୀଳାଦ୍ରିବିହାରର  ବୁଦ୍ଧ ପାର୍କରେ ଆକର୍ଷଣୀୟ କାହାଣୀ ଶୁଣିବାକୁ  ମିଳିବ । ଏହି ଉତ୍ସବ ଅପରାହ୍ନ ସାଢ଼େ ୨ଟାରୁ  ଆରମ୍ଭ ହୋଇ ସାଢ଼େ ୭ଟା ୩୦ ଯାଏ ଚାଲିବ ।

ଏଥର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଉତ୍ସବର ସବୁ କାହାଣୀ ଓଡ଼ିଆରେ ହେବ । ଓଡିଶାର କଥା, ଖାଦ୍ୟ, ଉପନ୍ୟାସ, ଜୀବନୀ ସବୁ କିଛିକୁ ଗପ ମାଧ୍ୟମରେ ଶୁଣିବାକୁ ମିଳିବ ।  ଓଡ଼ିଆର ସର୍ବୋତ୍ତମ କାହାଣୀ, ଶ୍ରେଷ୍ଠ ଷ୍ଟାଣ୍ଡ ଅପ୍‌  କମିକ୍ସ,ଚଳଚ୍ଚିତ୍ର ତାରକା ଅଭିନେତାଙ୍କ ସମେତ  ରାଜ୍ୟର ଅନେକ କାହାଣୀକାରଙ୍କୁ ଏହି ଉତ୍ସବରେ  ସାମିଲ କରାଯାଇଛି । ହାସ୍ୟରସ କାହାଣୀ, ଜୀବନ  କାହାଣୀ, ମିଲେଟ୍‌ ଏବ ଓଡ଼ିଶାର ଖାଦ୍ୟ, ଶାସ୍ତ୍ରୀୟ  ଓଡ଼ିଆ ସାହିତ୍ୟ ଉପରେ ଭଳିକି ଭଳି କାହାଣୀ  ଶୁଣିବାକୁ ମିଳିବ । କୁନା ତ୍ରିପାଠୀ, ଆକାଶ ଦାସ  ନାୟକ, ଉସଷୀ ମିଶ୍ର, ଅଙ୍କିତା ପଟ୍ଟନାୟକ,  ସବିତା ପଟ୍ଟନାୟକ, ତପସ୍ୱିନୀ ପଣ୍ଡା, ଶାଶ୍ୱତୀ  ନନ୍ଦ ଶତପଥୀ, ହୃଦୟ ରଞ୍ଜନ, ସୁଜିତ୍‌ ମହାପାତ୍ର,  ଲୋପାମୁଦ୍ରା ମହାନ୍ତି, ଗୌରହରି ବିଶ୍ୱାଳ, ବସନ୍ତ  ସାହୁ, ବିଦ୍ୟୁତଲତା ପାଣିଗ୍ରାହୀ, ଯଶଶ୍ୱିନୀ  ମହାପାତ୍ର, ଶିବାନୀ ଦାସ, ସ୍ୱାଗତିକା ସେଠୀ, ସମ୍ପଦ  ମହାପାତ୍ର, ବସନ୍ତ ସାହୁ, ବଳରାମ ବେହେରା ଭିନ୍ନ  ଭିନ୍ନ ଶୈଳୀର କାହାଣୀ ଶୁଣାଇବେ । 

କାହାଣୀ ଉତ୍ସବ ଆସନ୍ତା ୫ ତାରିଖ ଯାଏଁ  ଚାଲିବ । ଏଥର ମାଣ୍ଡିଆ ଏବଂ ଓଡ଼ିଆ ଖାଦ୍ୟ  ଉପରେ ଗପ ଶୁଣିବାକୁ ପାଇବେ । ମଣ୍ଡା ଖିଆ ଅସୁର ମାଣ୍ଡିଆ ଖାଉଥିଲା । ଏଭଳି କିଛି ପୁରୁଣା ଗପ  ସହ ନୂଆ ଗପକୁ ଯୋଡ଼ି କାହାଣୀକାର ପ୍ରାଚୀତାରା  ମିଶ୍ର ଏବଂ ଶାଶ୍ୱତୀ ପଟ୍ଟନାୟକ କାହାଣୀ କହିବେ ।  ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ମାନେ ମଜାଳିଆ କାହାଣୀ  ଶୁଣାଇ ଲୋକଙ୍କୁ ହସାଇ ହସାଇ ବେଦମ୍‌ କରିବେ ।  ବର୍ଷା ମିଶ୍ର, ରିତେନ୍‌ ପଟ୍ଟନାୟକ, ସତ୍ୟବ୍ରତଙ୍କ  ଭଳି ଷ୍ଟାଣ୍ଡଅପ୍‌ କମେଡିଆନଙ୍କୁ ଯୁବପିଢ଼ି ଶୁଣିବାକୁ  ପସନ୍ଦ କରିବେ । ପ୍ରେରଣାଦାୟୀ ଜୀବନୀ କାହାଣୀ  ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବାକୁ ଯୋଜନା  ହୋଇଛି । ଶ୍ରୁତି ମହାପାତ୍ର, ମୀରା ପରିଡ଼ା, ରମେନ୍ଦ୍ର  କୁମାର, ଇଲିଆନା ସିତାରିସ୍ତିଙ୍କ ଭଳି ବ୍ୟକ୍ତିତ୍ୱ ନିଜ  ନିଜ ଜୀବନ କାହାଣୀ କହିବେ । ଏହା ଶ୍ରୋତାଙ୍କୁ  ପ୍ରେରଣା ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.