ପ୍ରମୂଖ ଖବର

ଆଜି ଆସୁଛନ୍ତି ଶିବରାଜ ସିଂ ଚୌହାନ, ଜଗତସିଂହପୁର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଦେବେ ଯୋଗ

ଭୁବନେଶ୍ୱର,୧୩/୦୨: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏ  ନେଇ ରାଜ୍ୟ ବିଜେପି ପୂରା ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେଥିପାଇଁ  ଜାତୀୟସ୍ତରୀୟ ବରିଷ୍ଠ ନେତାମାନେ ଓଡ଼ିଶା ଆସି କର୍ମକର୍ତ୍ତା ସମ୍ମିଳନୀ ଓ ବିଭିନ୍ନ  କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ  ସାମଲ ସୂଚନା ଦେଇଛନ୍ତି । ମଙ୍ଗଳବାର ବରିଷ୍ଠ ବିଜେପି ନେତା ତଥା  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶା ଆସୁଛନ୍ତି ।  

ଆସନ୍ତା ୧୫ ତାରିଖରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ  ନୀତିନ ଗଡ଼କରୀ ଓ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସି  ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।  ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ  ଚୌହାନ୍‌ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଶ୍ରୀ ଚୌହାନ ମଧ୍ୟାହ୍ନ  ୧୨ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ ।  ସେ ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ  ଦେବା ପରେ ପ୍ରସିଦ୍ଧ ମା’ ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ । ଏହା  ପରେ ସେ ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ  କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । କଟକର ଅଧିଷ୍ଠାତ୍ରୀ ଦେବୀ ମା’  କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୌହାନ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ  କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.