ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

କେନ୍ଦୁଝର ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ : ଓଡ଼ିଶାର ସେବା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ୫-ଟି ସଚିବ

 ଭୁବନେଶ୍ବର, ୧୧।୯  କେନ୍ଦୁଝରର ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ  ଏହି ପ୍ରଶିକ୍ଷଣ ପାଇଁ  ଆଡମିଶନ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଓଡିଶା ଅପ୍ ସ୍କିଲିଂ ଏବଂ ପ୍ଲେସମେଣ୍ଟ୍ ପ୍ରୋଗ୍ରାମ୍ ଅଧୀନରେ ଚାଲିଛି ।

୫ଟି ସଚିବ ଭି.କେ ପାଣ୍ଡିଆନ୍ ଡିଜିଟାଲ୍ ପ୍ଲାଟଫର୍ମରେ ‌ଯୋଗ   ଦେଇ   ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ସେମାନଙ୍କୁ ବିଶ୍ୱରେ ଶ୍ରେଷ୍ଠ ହେବାକୁ  ପରାମର୍ଶ ଦେଇଥିଲେ।  ଓଡ଼ିଶା ସରକାର ଆପଣଙ୍କ ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ତେଣୁ ଆପଣ ଯେଉଁ  ଜାଗାରେ ଏବଂ ଯେଉଁ ଦେଶରେ ରୁହନ୍ତୁ ନା କାହିଁକି ଯେତେବେଳେ ବି ଆପଣ ଓଡିଶାର ସେବା କରିବାର ସୁଯୋଗ ପାଇବେ ସେତେବେଳେ ଦୟାକରି ସେବା କରିବେ ବୋଲି କହିଛନ୍ତି।  

ଏହି କାର୍ଯ୍ୟକ୍ରମଟି ପ୍ରଥମ ପର୍ଯ୍ୟାୟରେ କେଉଁଝର  ଜିଲ୍ଲାରେ ଆରମ୍ଭ ହୋଇଛି।  ଟେକ୍ ମହିନ୍ଦ୍ରା ଲିମିଟେଡ୍ ଟ୍ରେନିଂ ପାର୍ଟନର ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସ୍କିଲିଂ ପାର୍ଟନର ଭାବେ କାର୍ଯ୍ୟ   କରୁଛି। 

ଆହୁରି ପଢନ୍ତୁ : ୫-ଟି ସଚିବଙ୍କ ଯାଜପୁର ଗସ୍ତ : ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.