ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ଗଜସାଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ

ନୀଳଗିରି,୩୦/୧୧: ବନ୍ୟଜନ୍ତୁଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଆଜି ଗଜସାଥୀଙ୍କୁ ମିଳିଲା ପ୍ରଶିକ୍ଷଣ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ନୀଳଗିରି ବନବିଭାଗ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ନୀଳଗିରି ରେଞ୍ଜର ଆଇସା ନିଶା ଗଜସାଥୀ ମାନଙ୍କୁ ତାଲିମ ଦେଇଥିଲେ । ଧାନ ଅମଳ ପକ୍ରିୟା ଜାରି ରହିଥିବା ବେଳେ ଝାଡ଼ଖଣ୍ଡ ହାତୀ ଓ କୁଳଡିହା ହାତୀ ମାନେ କିପରି ଉପଦ୍ରଵ କରି ନପାରିବେ ଏନେଇ ବିଶଦ ଆଲୋଚନା କରିଥିଲେ। ହାତୀମାନେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରନ୍ତି ଓ ତାଙ୍କର ସୁରକ୍ଷା ସହିତ ଗାଁ ସୁରକ୍ଷା କରିବା ନେଇ ତାଲିମ ଦିଆଯାଇଛି । ସେହିପରି ଜଙ୍ଗଲକୁ ନିଆଁ ଲାଗିବାରୁ  ରୋକିବା ପାଇଁ ଲୋକମାନଙ୍କୁ ସଚେତନ କରିବା,ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ସେ ଦିଗରେ ଗଜସାଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ଉପସ୍ଥିତ ଥିବା ୧୫ ଟି ଭିଏସର ୭୫ ଜଣ ଗଜସାଥୀଙ୍କୁ ପାଣି ବୋତଲ, ପୋଷାକ ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.