ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ଲକ୍ଷେ ଟଙ୍କାର ପୁରସ୍କାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆତ୍ମସମର୍ପଣ। ପୋଲିସ ନିକଟରେ ଏକ ଲକ୍ଷ ଇନାମୀ ମହିଳା ମାଓବାଦୀଙ୍କ ସହ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତଥ୍ୟ ଅନୁଯାୟୀ, ଆଜି ସୁକୁମା ମାଓ ଅପରେସନ କାର୍ଯ୍ୟାଳୟ ଠାରେ ଚିନ୍ତାଗୁଫା ନିବାସୀ କେ.ଏ.ଏମ୍‌.ଏସ୍‌. ଅଧ୍ୟକ୍ଷା ପଡିଆମି ରାଜେ ଓ ମିଲିସିଆ ସଦସ୍ୟ କବାସୀ ଭୋଲା ଆତ୍ମସମର୍ପଣ କରିଛନ୍ତି।

ତେବେ ପଡିଆମି ରାଜେଙ୍କ ଉପରେ ସରକାର ଏକ ଲକ୍ଷ ଇନାମ ଘୋଷଣା କରିଥିବା ବେଳେ ବର୍ତ୍ତମାନ ପୋଲିସ ଦ୍ୱାରା ହେଉଥିବା ମାଓ ଦମନ ଅଭିଯାନରେ ଅନୁପ୍ରାଣିତ ହୋଇ ଏହି ଦୁଇଜଣ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଏଥିସହ ବର୍ତ୍ତମାନ ମାଓ ସଂଗଠନରେ ପୂର୍ବ ଆଦର୍ଶ ନଥିବା ସହ ବରିଷ୍ଠ ମାଓ ନେତା ମାନେ ଏମାନଙ୍କ ଉପରେ ଅତ୍ୟାଚାର କରୁଥିବା ଏବଂ ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରୁଛନ୍ତି।

ଏଥିସହ କୌଣସି ଉନ୍ନତିମୂଳକ କାର୍ଯ୍ୟ କରୁନଥିବା ବେଳେ ସରକାରଙ୍କ ତରଫରୁ ବହୁ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବାରୁ ଏଥିରେ ଅନୁପ୍ରାଣିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.