ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ହଠାତ ବ୍ରେକ୍‌ ଲଗାଇଲା ପୁରୀ-ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ, ଜୋରଦାର ଝଟ୍‌କାରେ ୨ ଯାତ୍ରୀ ମୃତ

Image Courtesy: indiatoday

ରାଞ୍ଚି: ବିଦ୍ୟୁତ ତାର ଛିଣ୍ଡିପଡ଼ିବାରୁ ହଠାତ ଟ୍ରେନ୍‌ ଅଟକିଯାଇଥିଲା । ଫଳରେ ଟ୍ରେନ ଭିତରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝାଡ଼ଖଣ୍ଡର କୋଡର୍ମା ଜିଲ୍ଲାରେ ଏହି ଅଘଟଣ ଶନିବାର ଘଟିଥିବା ନେଇ ପୂର୍ବ-ମଧ୍ୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ-ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ଗୋମୋହ ଏବଂ କୋଡର୍ମା ଷ୍ଟେସନ୍‌ ମଧ୍ୟରେ ଜରୁରୀ ବ୍ରେକ୍‌ ଲାଗିଥିଲା । 

ଏହି ସମୟରେ ଟ୍ରେନର ବେଗ ୧୩୦ କିମି ପ୍ରତି ଘଣ୍ଟା ଥିଲା । ହଠାତ ଟ୍ରେନ୍‌ ଅଟକିଯିବାରୁ ଜୋରଦାର ଝଟକା  ଅନୁଭୂତ ହୋଇଥିଲା । ଏଥତରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । 

ବିଦ୍ୟୁତ ତାର ଛିଣ୍ଡିପଡ଼ିବାରୁ ଟ୍ରେନ୍ ଭିତରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବା ସହ ଏଥିରେ ଜରୁରୀ ବ୍ରେକ୍‌ ଲାଗିଥିଲା । ଜୋରଦାର ଧକ୍କା ହେବା ଫଳରେ ଟ୍ରେନ୍‌ରେ ପିଟି ହୋଇ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ନେଇ ଧନବାଦ ରେଳବାଇ ଡିଭିଜନର ଜଣେ ବରିଷ୍ଠ ଅଧିକାରୀ ଅମେରେଶ କୁମାର ସୂଚନା ଦେଇଛନ୍ତି । ତେବେ ଏହି ଦୁର୍ଘଟଣାର ପ୍ରାୟ ୪ ଘଣ୍ଟା ପରେ ଏହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ସ୍ବଭାବିକ ହୋଇଥିଲା । 

ଦୁର୍ଘଟଣାସ୍ଥଳରୁ ଏକ୍ସପ୍ରେସ ଟ୍ରେନ୍‌କୁ ଏକ ଡିଜେଲ୍‌ ଇଞ୍ଜିନ୍‌ ସାହାଯ୍ୟରେ ଗୋମୋହ ଅଣାଯାଇଥିଲା ପରେ ସେଠାରୁ ବିଦ୍ୟୁତ ଇଞ୍ଜିନ୍‌ ସାହାଯ୍ୟରେ ପୁରୀ ପଠାଯାଇଛି । ଏନେଇ ସୂଚନା ପାଇବା ପରେ ଧନବାଦ ରେଲଓ୍ବେ ଡିଭିଜନ୍‌ ମ୍ୟାନେଜର କେକେ ସିହ୍ନା ଏବଂ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । 

  • Jharkhand
  • Copyright © 2022 - Summa Real Media Private Limited. All Rights Reserved.