ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ, ମାଓ ସଙ୍ଗଠନର ନିଶାଦ୍ରବ୍ୟର ଚାଲାଣ କାରାବାରକୁ ନେଇ ପୋଲିକୁ ଦେଲେ ସୂଚନା

ବୌଦ୍ଧ, ୬।୦୨: ବୌଦ୍ଧ ଜିଲ୍ଲା ଥାନାରେ ଦୁଇ ମହିଳା ମଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା । ଏହି ଦୁଇ ମହିଳା ହେଲେ ୨୧ ବର୍ଷୀୟ ମନିଷା ଥାତି ଓ ୨୨ ବର୍ଷୀୟ ଚମ୍ପା କୋରମ୍ ସଜନ୍ତି । ଏମାନେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ର ଡିଭିଜନ୍‌ରେ ସକ୍ରିୟ ଥିବା କେକେବିଏନ୍‌ ମାଓ ସଙ୍ଗଠନର ବୋଲି ଜଣାପଡ଼ିଛି । ଉଭୟେ ୨୦୧୮ରୁ ଦୀର୍ଘ ୫ ବର୍ଷ ଧରି ଉଭୟେ ଏହି ସଙ୍ଗଠନ ପାଇଁ କାମ କରିଆସୁଥିଲେ । ଏମାନେ ଛତିଶଗଡ଼ ବିଜାପୁର ଅଞ୍ଚଳର । ବିଗତ ୬ ମାସ ଧରି ବୌଦ୍ଧ, କନ୍ଧମାଳ, ଅଞ୍ଚଳରେ ସକ୍ରିୟ ଅଛି କେକେବିଅନ୍‌ ମାଓ ଡିଭିଜନ୍ । ମାଓ ସଙ୍ଗଠନରେ ରହିବା ପରେ ସମୟ କ୍ରମେ ସେମାନେ ମାନସିକ ଭାବେ ବିଚଳିତ ରହୁଥିବା ପ୍ରକାସ କରିଛନ୍ତି । 

ସଙ୍ଗଠନର ଅନ୍ୟ ସିନିୟର୍ ମହିଳା ମାଓବାଦୀ ତାଙ୍କୁ ନିର୍ଯାତନା ଦେବା ସହ ମିଛ ପ୍ରଲୋଭନ ଦେଖାଇ ସଙ୍ଗଠନରେ ଭର୍ତ୍ତି କରିଥିବା ସେ କହିଛନ୍ତି । ଉଭୟଙ୍କୁ ପଚରାଉଚରା କରାଯିବା ପରେ ଗତ ୨ ମାସ ମଧ୍ୟରେ ଛତଶଗଡ଼ରର ୧୦ରୁ ୧୨ ଜଣ ମହିଳା ମଧ୍ୟ ଏହି କ୍ୟାମ୍ପରୁ ବାହାରି ଯାଇଥିବା ସେମାନେ କହିଥିଲେ । ତେବେ ସେହି ମହିଳାମାନଙ୍କୁ ସନ୍ଧାନ କରୁଥିବା ପୋଲିସ କହିଛି । ଆତ୍ମସମର୍ପଣ କରିଥିବା ଏହି ଦୁଇ ମହିଳା ମାଓବାଦୀ ସଙ୍ଗଠନରେ ଚାଲୁଥିବା ନିଶାଦ୍ରବ୍ୟର ଚାଲାଣ ଉପରେ ମଧ୍ୟ ସୂଚନା ଦେଇଛନ୍ତି । ଉଭୟଙ୍କୁ ସରକାରୀ ଯୋଜନା ଅନ୍ତର୍ଗତ ରହିବାକୁ ବାସଗୃହ, ଶିକ୍ଷା, ଆର୍ଥିକ ସହାୟତା ଆଦି ଦିଆଯିବା ନେଇ ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି । ଉଭୟେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମ ସମର୍ପଣ କରିଥିବା କହିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.