ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ପ୍ରମେୟ ଓ ନ୍ୟୁଜ ୭ ପକ୍ଷରୁ ଉଦ୍ୟୋଗ ଉର୍ଜାର ତୃତୀୟ ସଂସ୍କରଣ, ସମ୍ବର୍ଦ୍ଧିତ ହେଲେ ୨୪ ମହିଳା ଉଦ୍ୟୋଗୀ

ଭୁବନେଶ୍ୱର,୦୩/୦୩: ଔଦ୍ୟୋଗିକତା  କ୍ଷେତ୍ରରେ ବଡ଼ ଯୋଗଦାନ ଦେଉଛନ୍ତି ମହିଳା ।  ପ୍ରତିପାଦନ କରିଛନ୍ତି ଊତ୍କର୍ଷତା  । ସେମାନଙ୍କୁ  ପ୍ରୋତ୍ସାହିତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା  ସୃଷ୍ଟି କରିବା ବର୍ତ୍ତମାନର ଆବଶ୍ୟକତା । ଏ  ଦିଗରେ ସୋଆ ପରିବାର ଓ ସୁମା ରିୟଲ  ମିଡିଆ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।  ଏହାଦ୍ୱାରା ସୋଆ ପରିବାରର ମୌଳିକ ଲକ୍ଷ୍ୟ  ପୂରଣ ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ  ବିଶ୍ୱବିଦ୍ୟାଳୟ (ସୋଆ)ର ଉପସଭାପତି  ତଥା ସୁମା ରିୟଲ ମିଡିଆର ନିର୍ଦ୍ଦେଶିକା  ଶ୍ୱାଶ୍ୱତୀ ଦାସ କହିଛନ୍ତି । 


ସୋଆ, ପ୍ରମେୟ ଓ ନ୍ୟୁଜ-୭ର ମିଳିତ  ଆନୁକୂଲ୍ୟରେ ‘ଉଦ୍ୟୋଗ ଉର୍ଜା’ ୨୦୨୪ର  ତୃତୀୟ ସଂସ୍କରଣ ଶୁକ୍ରବାର ସଂଧ୍ୟାରେ  ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମକୁ ଶ୍ରୀମତି ଦାସ,  ସୁମା ରିୟଲ ମିଡିଆ ସିଇଓ ସୁନୀଲ ଦାସ,  ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଓ ମାର୍କେଟିଂ)  ହିମାଂଶୁ ହୋତା, ପ୍ରମେୟ ଭୁବନେଶ୍ୱର  ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର  ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସ, ପ୍ରମେୟ  ପ୍ରକାଶକ ପ୍ରଭାତ ରଞ୍ଜନ ନାୟକ ଏବଂ ନ୍ୟୁଜ-୭ କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ  ସେଠୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ  କରି ଉଦ୍‌ଘାଟନ କରିଥିଲେ । 

କାର୍ଯ୍ୟକ୍ରମରେ  ଅନ୍ୟତମ ବିଶେଷ ଅତିଥି ଭାବେ ବଲିଉଡ  ଅଭିନେତ୍ରୀ ଭାଗ୍ୟଶ୍ରୀ ଯୋଗ ଦେଇଥିଲେ ।  ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ  ରଖିଥିବା ୨୪ ଜଣ ମହିଳାଙ୍କୁ ଏହି ଅବସରରେ  ସମ୍ବର୍ଦ୍ଧିତ କରାଯାଇଛି ।  କାର୍ଯ୍ୟକ୍ରମରେ ଶ୍ରୀମତି ଦାସ କହିଛନ୍ତି,  ଉଦ୍ୟୋଗ ଉର୍ଜା ସମ୍ମାନରେ ସମ୍ମାନିତ  ଉଦ୍ୟୋଗୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଉଦ୍ୟୋଗ  ଉର୍ଜା ତୃତୀୟ ବର୍ଷରେ ପଦାର୍ପଣ କରିଛି ।  ପ୍ରତିଭା ଚୟନ ସହ ସେମାନଙ୍କୁ ଉତ୍ସାହିତ  କରି ସମାଜ ବିକାଶରେ ଭାଗିଦାରୀ ହେବା  ଆମ ପରିବାରର ଆଦର୍ଶ । ଗିଭିଂ ବ୍ୟାକ୍‌ ଟୁ  ସୋସାଇଟି ଆମର ମୌଳିକ ଚିନ୍ତାଧାରା । ଶିକ୍ଷା  ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ  କରାଇବା ପରେ ସୋଆ ଓ ଏହାର ମିଡିଆ  ୱିଙ୍ଗ୍‌ ସୁମା ରିୟଲ ମିଡିଆ (ପ୍ରମେୟ ଓ  ନ୍ୟୁଜ-୭) ମାଧ୍ୟମରେ ସାମାଜିକ ବିକାଶର  ଅନ୍ୟ ଦିଗରେ ନିଜର ଯୋଗଦାନ ଦେବାକୁ  ବଦ୍ଧପରିକର । 

ବିଶେଷ ଅତିଥି ତଥା ବଲିଉଡ  ଅଭିନେତ୍ରୀ ଭାଗ୍ୟଶ୍ରୀ କହିଛନ୍ତି, ମହିଳା ନିଜ  ଉର୍ଜା ଦ୍ୱାରା ସର୍ବଦା ସମାଜର ବିକାଶରେ  ଯୋଗଦାନ ଦେଉଛନ୍ତି । ଏଭଳି ଏକ ମଞ୍ଚରେ  ସେମାନଙ୍କ ସହ ସଫଳତା ପାଳନ କରିବା  ଅତ୍ୟନ୍ତ ସୌଭାଗ୍ୟର କଥା । ଭାରତ ଏବେ  ସାରା ବିଶ୍ୱ ପାଇଁ ଆଶାର କିରଣ । ଏଭଳି  ସ୍ଥିତିରେ ଦେଶର ବିକାଶରେ ମହିଳାଙ୍କ  ଉଲ୍ଲେଖନୀୟ ଅବଦାନ ରହିଛି । ସୁମା ରିୟଲ ମିଡିଆ ସିଇଓ ଶ୍ରୀ ଦାସ  କହିଛନ୍ତି, ଅନ୍ତର୍ଜାତୀୟ ମହିଳା ଦିବସ  ଉପଲକ୍ଷେ ୩ ବର୍ଷ ଧରି ଆମେ ଏଭଳି  ଏକ ସ୍ୱତନ୍ତ୍ର ଉତ୍ସବ ପାଳନ କରୁଛୁ । ମହିଳା  ଉଦ୍ୟୋଗ କ୍ଷେତ୍ରରେ ବେଶ୍‌ ସଫଳତା  ପାଉଛନ୍ତି । କେବଳ ଘର ଚଳାଇବା ନୁହେଁ  ସଫଳ ଉଦ୍ୟୋଗ କେମିତି ଚଳାଇବେ ସେ  ନେଇ ସକ୍ରିୟ ସହଭାଗୀ ହେଉଛନ୍ତି । ସବୁ  ବାଧାବିଘ୍ନକୁ ଏଡାଇ ଯାଇ ସେମାନେ ନିରନ୍ତର  ଯାତ୍ରା ଜାରି ରଖିଛନ୍ତି । 

ଗ୍ରୁପ ଡାଇରେକ୍ଟର (ସେଲ୍‌ସ ଆଣ୍ଡ୍‌  ମାର୍କେଟିଂ) ଶ୍ରୀ ହୋତା କହିଛନ୍ତି, ମହିଳା  ସକଳ ଶକ୍ତିର ଆଧାର । ଉଦ୍ୟୋଗ ଭଳି  ଆହ୍ୱାନପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ସେମାନଙ୍କ  ଅବଦାନ କିଛି କମ୍‌ ନୁହେଁ । ପ୍ରମେୟ ଓ  ନ୍ୟୁଜ-୭ ସୋଆର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସୋଆର ଆଦର୍ଶ ଗିଭିଂ ବ୍ୟାକ ଟୁ ସୋସାଇଟି  ଦିଗରେ ଅନୁପ୍ରାଣିତ ହୋଇ ଉଦ୍ୟୋଗ ଉର୍ଜା  ସହ ସମାଜର ମଙ୍ଗଳ ହେବା ଭଳି ବିଭିନ୍ନ  କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ଗତ ୩  ବର୍ଷରେ ୬୦ ରୁ ଊଦ୍ଧ୍ୱର୍ ମହିଳା ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମାଜରେ ପରିବର୍ତ୍ତନ  ଆଣିବା, ପ୍ରତିଭାଙ୍କୁ ଉତ୍ସାହିତ କରି ଯୁବପିଢ଼ିଙ୍କୁ  ପ୍ରେରଣା ଦେବା ନେଇ ଉଦ୍ୟମ ଜାରି ରହିଛି ।  ଏହା ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି  ହେବନି । ଆଗାମୀ ଦିନରେ ଉଦ୍ୟୋଗ ଉର୍ଜା  ଆହୁରି ବ୍ୟାପକ ହେବ ।  କାର୍ଯ୍ୟକ୍ରମରେ ଡ.ନିଧି ଗର୍ଗ ଭାଗ୍ୟଶ୍ରୀଙ୍କ  ସହ ଆଳାପ କରିଥିଲେ । ଯାହା ମହିଳା ଉଦ୍ୟୋଗୀଙ୍କୁ ବେଶ୍‌ ଉତ୍ସାହିତ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟ ସେଲ୍‌ସ  ଆଣ୍ଡ୍‌ ମାର୍କେଟିଂ ଡିଜିଏମ୍‌ ଏସ୍‌ଏଫ୍‌ ଅଲ୍ଲୀ,  ନ୍ୟୁଜ-୭ ସେଲ୍‌ସ ଡିଜିଏମ୍‌ ସିଦ୍ଧାର୍ଥ ରାୟ,  ପ୍ରସାର ବିଭାଗ ଏଜିଏମ୍‌ ରମାକାନ୍ତ ମଲ୍ଲିକ,  ପ୍ରମେୟ ଏଜିଏମ୍‌ ବିଶ୍ୱରୂପ ପରିଡା ପ୍ରମୁଖଙ୍କ  ସମେତ ପ୍ରମେୟ ଓ ନ୍ୟୁଜ୭ ଟିମ୍‌ ଉପସ୍ଥିତ  ଥିଲେ । ଏଥିରେ ପ୍ରାୟୋଜକଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ ମୁନ୍‌ମୁନ୍‌ ସିଂ । କଣ୍ଠଶିଳ୍ପୀ ଜାଗୃତି  ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ । 


ଉଦ୍ୟୋଗ ଉର୍ଜାର ଟାଇଟଲ ସ୍ପନସର  ୟୁଲେରୀ ଡଟ୍‌ କମ୍‌ ଥିବା ବେଳେ ପ୍ରମୁଖ  ପ୍ରାୟୋଜକଙ୍କ ମଧ୍ୟରେ ଫ୍ରିଡମ ରିଫାଇନ୍‌ଡ  ସନ୍‌ଫ୍ଲାୱାର, ରୁଚି ମସଲା, ସ୍ପେଶାଲ ପାର୍ଟନର  ଭାବେ ଓଡ଼ିଶା ପର୍ଯ୍ୟଟନ ଓ ଓଡ଼ିଶା ଖଣି  ନିଗମ ରହିଥିଲା । ସେହିଭଳି ସହଯୋଗୀ  ପ୍ରାୟୋଜକଙ୍କ ମଧ୍ୟରେ ପାରାଦୀପ ଫସ୍‌ଫେଟ୍‌ସ  ଲିମିଟେଡ, ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ,  ଏମ୍‌ଜିଏମ୍‌ ମିନେରାଲ୍ସ, ଏଏମ୍‌/ଏନ୍‌ଏସ୍‌  ଇଣ୍ଡିଆ, ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର,  ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ନାଲ୍‌କୋ, ଜୁପିଟର ପବ୍ଲିକ  ସ୍କୁଲ, ଆସୋଟେକ, ଓଡିଏମ୍‌ ଗ୍ଲୋବାଲ ସ୍କୁଲ,  ବେଦାନ୍ତ, ଏସ୍‌ବିଆଇ, ସିଭି ରମଣ ଗ୍ଲୋବାଲ  ବିଶ୍ୱବିଦ୍ୟାଳୟ, ଉତ୍କଳ ବିଲ୍‌ଡର୍ସ, ବେଦିକ  ଇଣ୍ଟରନ୍ୟାସ୍‌ନାଲ ସ୍କୁଲ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଷ୍ଟଲୱାର୍ଟ, ପ୍ରୀତି ଏଣ୍ଟରପ୍ରାଇଜେସ, ପରିଣିତା,  ଉତ୍କଳ ଏକାଡେମୀ, ପାର୍କଲ୍ୟାଣ୍ଡସ ସୋଲାର,  ଭାରତ ଫୁଏଲ, ବ୍ରେସ୍‌ ଇନଫ୍ରାଷ୍ଟ୍ରକଚର, ସାଇ  ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଗ୍ୟାଣ୍ଟ୍ରୋଏଣ୍ଟେରୋଲୋଜି,  ନିର୍ମାଲ୍ୟ ଟି, ଏସ୍‌ଜିୟୁପିଏଲ୍‌, ୱିଫି  ଇଣ୍ଟରନେଟ, ହିଣ୍ଡାଲ୍‌କୋ, ଶୁଶ୍ରୁତ ହସ୍ପିଟାଲ, ଏମ୍‌ସିଏଲ୍‌, ନୱା, କଳିଙ୍ଗ ହସ୍ପିଟାଲ, ଓକାକ,  ଗ୍ଲେନ, ଇମ୍ଫା, ଟିପିଡବ୍ଲ୍ୟୁଓଡିଏଲ୍‌, ଶ୍ରୀ ହସ୍ପିଟାଲ  ରହିଥିଲେ । ସେହିଭଳି ଗିଫ୍ଟ ପାର୍ଟନର ଭାବେ  ନିୟୁ ପ୍ଲାନେଟ ଆପ୍ଲିଆନ୍‌ସେସ, ପ୍ରାଇମ୍‌ ଆଗ୍ରୋ,  ସ୍ପେଶାଲ ଗିଫ୍ଟ ପାର୍ଟନର ଉତ୍କଳ ଇଭି, ଶ୍ରୀ  ଛପନଭୋଗ ସ୍ୱିଟ୍‌, ହସ୍ପିଟାଲିଟି ପାର୍ଟନର ଓମ୍‌  ଲିଜର ହଲିଡେ ପ୍ରାଇଭେଟ ଲିମିଟେଡ ଏବଂ  ଆଉଟଡୋର ପାର୍ଟନର ଅଜନ୍ତା ରହିଥିଲା ।


୧- ରଶ୍ମି ସାହୁ, ଓମ୍‌ ଅଏଲ ଆଣ୍ଡ୍‌ ଫ୍ଲୋର ମିଲ୍ଲସ 

ଲିମିଟେଡ଼ 

୨-ସସ୍ମିତା ପାତ୍ର, ନାଲ୍‌କା ମହିଳା ସମିତି 

୩-ଚିନ୍ମୟୀ ରଥ, ଡ୍ରିମ୍‌ସ 

୪-ବବିତା ଦାଶ, ଦଧିଚି ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ 

୫-ଅର୍ଚ୍ଚନା ଶତପଥୀ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ 

୬-ପ୍ରିୟମ୍ବଦା ପାତ୍ର, ଆଦିତ୍ୟ ଗ୍ରୁପ 

୭-ସମିନା ବେହେରା, ଷ୍ଟଲୱାର୍ଟ ଗ୍ରୁପ 

୮-ରାଧିକା ଲୋଧା, ଜୟ ବାବା ଅଟୋମୋବାଇଲସ 

୯-ଡ଼ଃ ଏକତା ଚୌଧୁରୀ, ଡେଣ୍ଟାଫିକ୍ସ ଡେଣ୍ଟାଲ 

କ୍ଲିନିକ 

୧୦-ନିବେଦିତା ଶତପଥୀ, ମେରୀ ସଖି 

୧୧-ଶୁଭ୍ରଲିନ ମିଶ୍ର, ପ୍ରିଲିନ ଫାଉଣ୍ଡେସନ 

୧୨-ଡ଼ଃ ସମ୍ପଦା ସେଠିଆ, ୟୁବିୟୁ 

୧୩-ପ୍ରଣତି ଷଡ଼ଙ୍ଗୀ, ଗ୍ଲାମ ଅନ୍‌ ୟୁନିସେକ୍ସ ସେଲୁନ 

୧୪- ନେହା ଅଗ୍ରୱାଲ, ସାକମ୍‌ବରୀ ହ୍ୟୁଣ୍ଡାଇ 

୧୫-ସ୍ୱାତୀ ସାମନ୍ତରାୟ, ସ୍ୱାକି 

୧୬-ସୁମନ ମୋଦି, କେଡ଼ିପି ରୟାଲ 

୧୭- ସଙ୍ଗୀତା ଦେବୀ, ସଂଗୀତା ମୋଟର୍ସ 

୧୮-ଲିପିକା ପଟ୍ଟନାୟକ, ସୁବାଷ ଟିଭିଏସ 

୧୯- ଶାଶ୍ୱତୀ ଚୌଧୁରୀ, ଓଡେଶୀ

୨୦-ପ୍ରିୟା ଅଙ୍କିତ ପୋଦ୍ଦାର, ପ୍ରିମିଅର ହ୍ୟୁଣ୍ଡାଇ 

୨୧-ଡ଼ଃ ସସ୍ମିତା ସାହୁ, ପରିଣିତା 

୨୨-ସ୍ୱୟଂସିଦ୍ଧା ମହାପାତ୍ର, ପ୍ରୀତମ ମଲ୍ଟି ଭେଞ୍ଚର 

୨୩-ଶିବାନୀ ପ୍ରିୟମ ପଟେଲ, ଆସୋଟେକ୍‌ ଗ୍ରୁପ 

୨୪-ନୀଳଞ୍ଜନା ମୁଖାର୍ଜୀ, କଳିଙ୍ଗ ହସ୍ପିଟାଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.