ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ୟୁଜିସିର ଆଇଡିପି ପ୍ରସ୍ତୁତ, ଶିକ୍ଷାର୍ଥୀଙ୍କୁ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍

ଭୁବନେଶ୍ୱର, ୬।୦୨: ଉଚ୍ଚ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଉଚ୍ଚ ଶିକ୍ଷାନୁଷ୍ଠାନକୁ ଦକ୍ଷ କରିବା, ଏକାଡେମିକ୍‌ ମାନକ ବୃଦ୍ଧି, ଗବେଷଣା ଉତ୍କର୍ଷ ବୃଦ୍ଧି, ଅତ୍ୟାଧୁନିକ ବୈଷୟିକ ପ୍ରଗତିକୁ ଗ୍ରହଣ କରିବା, ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଶିକ୍ଷାର୍ଥୀଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ଇଣ୍ଟର୍ନସିପ୍‌ର ବ୍ୟବସ୍ଥା କରାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି । ପିଲାଙ୍କ ପଞ୍ଜୀକରଣ ବୃଦ୍ଧି, ପାଠପଢ଼ା ଅଭ୍ୟାସ ଦୃଢ଼ କରିବା, ଅଧ୍ୟାପକଙ୍କ ଦକ୍ଷତା ବିକାଶ, ଉଭୟ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ଡିଜିଟାଲ୍‌ ପ୍ରତି ଆକୃଷ୍ଟ କରିବା, ଶିକ୍ଷାନୁଷ୍ଠାନର ଆଞ୍ଚଳିକ ଓ ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗ୍‌ ବୃଦ୍ଧି କରିବା ଏହାର ଲକ୍ଷ୍ୟ । ଶିକ୍ଷାର୍ଥୀଙ୍କ ନାମଲେଖାକୁ ସ୍ୱଚ୍ଛ କରିବା, ଶିକ୍ଷାର ମାନକ ବୃଦ୍ଧି ପାଇଁ ନିଯୁକ୍ତି, ତାଲିମ, ଦକ୍ଷତା ବିକାଶ କରାଯିବ । ଶିକ୍ଷାର୍ଥୀ ଓ ଅଧ୍ୟାପକଙ୍କ ମଧ୍ୟରେ ଔଦ୍ୟୋଗିକ ଏବଂ ଅଭିଜ୍ଞ ଶିକ୍ଷଣକୁ ବୃଦ୍ଧି କରାଯିବ । 

ଏକାଡେମିକ୍‌, ଗବେଷଣା ଉତ୍କର୍ଷ ଉପରେ ଧ୍ୟାନ ଦେଇ ଚାମ୍ପିୟନ୍‌ ସାମଗ୍ରିକ ବିକାଶ ଦୃଢ଼ୀକରଣ କରାଯିବ । ବ୍ୟକ୍ତିଗତ ଅଭିବୃଦ୍ଧିର ପ୍ରତ୍ୟେକ ଦିଗକୁ ପୋଷଣ କରି ଏକ ବିସ୍ତୃତ ଯୋଜନା ସହ ପଦକ୍ଷେପ ନିଆଯିବ । ଶିକ୍ଷାର ଅନ୍ତର୍ଜାତୀୟକରଣ କରି ଶିକ୍ଷାର୍ଥୀଙ୍କୁ ବିଶ୍ୱ ନାଗରିକ ହେବାକୁ ପଦକ୍ଷେପ ନିଆଯିବ । ଉଚ୍ଚଶିକ୍ଷା ମଧ୍ୟରେ ଗୁଣାତ୍ମକ ଦକ୍ଷତା ଶିକ୍ଷାକୁ ନିରବିହୀନ ଭାବେ ଏକତ୍ର କରାଯିବ । ପରିବେଶ କ୍ଷେତ୍ରରେ ଏକ ସ୍ଥାୟୀ ଅନୁସନ୍ଧାନ କରାଯିବ । ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଆଲୁମିନି, ବିଭିନ୍ନ କମ୍ପ୍ୟୁନିଟି, ଶିଳ୍ପାନୁଷ୍ଠାନ ଏବଂ ଅନ୍ୟ ସଂସ୍ଥା ସହ ସହଭାଗିତା ରଖିବାକୁ କୁହାଯାଇଛି । ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଏକାଡେମିଆ-ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆକମ୍ୟୁନିଟି ସହଭାଗିତାକୁ ଗୁରୁତ୍ୱ ଦିଆଯିବ । ନ୍ୟାସନାଲ୍‌ କ୍ରେଡିଟ୍‌ ଫ୍ରେମ୍‌ୱାର୍କ ଏବଂ ଏକାଡେମିକ୍‌ ବ୍ୟାଙ୍କ ଅଫ୍‌ କ୍ରେଡିଟ୍‌ କ୍ଷେତ୍ରରେ ଶିକ୍ଷାର୍ଥୀଙ୍କୁ ଦକ୍ଷ କରିବାକୁ କୁହାଯାଇଛି । ଆଇଡିପିରେ ସୋସିଆଲ୍‌ ଏବଂ ଏକାଡେମିକ୍‌ ମିଶନ କରାଯିବ । 

ସୋସିଆଲ୍‌ ମିଶନ୍‌ର ମୁଖ୍ୟ ଲକ୍ଷ୍ୟ ହେଉଛି, ସାମାଜିକ ସୁରକ୍ଷା ସହ ଭିନ୍ନକ୍ଷମଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା । ଜ୍ଞାନ ବୃଦ୍ଧି କରିବା ପାଇଁ ସାମାଜିକ ଅଭିବୃଦ୍ଧି, ଅତ୍ୟାଧୁନିକ ଗବେଷଣା ପାଇଁ ନୂଆ ମାଧ୍ୟମ ସୃଷ୍ଟି କରିବା, ବୈଷୟିକ ଏବଂ ଅଣବୈଷୟିକ କ୍ଷେତ୍ରରେ ଆସୁଥିବା ସମସ୍ୟା ଏବଂ ସାମାଜିକ ସମାଧାନକୁ ଗୁରୁତ୍ୱ ଦିଆଯିବ । ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀଙ୍କୁ ତାଲିମ୍‌ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଜୀବନଶୈଳୀର ମାନକ ବୃଦ୍ଧି ଓ ସହଜ କରିବା କରିବା ପାଇଁ ଶିକ୍ଷାନୁଷ୍ଠାନମାନଙ୍କୁ ଶିଳ୍ପ ପ୍ରତିଷ୍ଠାନ ସହ ସଂଯୋଗୀକରଣ କରାଯିବ । ଲିଙ୍ଗଗତ ବୈଷୟମ ନେଇ କାର୍ଯ୍ୟ କରାଯିବ । ପରିବେଶ ସୁରକ୍ଷା ନେଇ କାର୍ଯ୍ୟ କରାଯିବ । ଶିକ୍ଷାଦାନକୁ ଅନ୍ତର୍ଜାତୀୟ କରିବା ଏବଂ ଶିକ୍ଷାର୍ଥୀଙ୍କୁ ଦକ୍ଷତା ଓ ଗତିଶୀଳ କରିବାକୁ ଧ୍ୟାନ ଦିଆଯିବ । ସେହିପରି ଏକାଡେମିକ୍‌ ମିଶନରେ ଶିକ୍ଷାର୍ଥୀଙ୍କ ଭିତରେ ରହୁଥିବା ଜଟିଳତାକୁ ଦୂର କରିବା ପାଇଁ ବିଭିନ୍ନ ସଂସ୍ଥା ସହ ବୁଝାମଣା କରାଯିବ । ବୌଦ୍ଧିକ ଓ ଶାରିରୀକ ବିକାଶ ପାଇଁ କାର୍ଯ୍ୟ କରାଯିବ । ସାମଗ୍ରିକ ଶିକ୍ଷା ପ୍ରଦାନ, ନିର୍ଭରଶୀଳ ଶିକ୍ଷା, ଅନୁଶାସନ ଆଦି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ । ବୌଦ୍ଧିକ, ନୈତିକତା ଓ ସାମ୍ବିଧାନିକ ମୂଲ୍ୟବୋଧକୁ ବୃଦ୍ଧି କରାଯିବ । ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ, ସୃଜନଶୀଳତା, ସେବାର ଆତ୍ମା ସୃଷ୍ଟି କରାଯିବ । 

ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, ମାନବିକତା, ଭାଷା ତଥା ବୃତ୍ତିଗତ, ବୈଷୟିକ, ଧନ୍ଦାମୂଳକ ଭଳି ବିଭିନ୍ନ ବିଭାଗରେ ସମସାମୟିକ ସାମର୍ଥ୍ୟର ବିକାଶ ପାଇଁ ଦୃଷ୍ଟି ଦିଆଯିବ । ଏହି ନିର୍ଦ୍ଦେଶାବଳୀ କମିଟି ପାଇଁ ୮ଜଣ ସଦସ୍ୟ ରହିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଏନ୍‌ସିଭିଇଟି ନୂଆଦିଲ୍ଲୀର ଚେୟାରମ୍ୟାନ୍‌ ଡ. ଏନ୍‌ଏସ୍‌ କଲାସୀ, ସଦସ୍ୟ ଭାବେ ଆଇଆଇଏସ୍‌ସି ବେଙ୍ଗାଲୁରୁର ନିର୍ଦ୍ଦେଶକ ପ୍ରଫେସର ଗୋବିନ୍ଧନ ରଙ୍ଗରଞ୍ଜନ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଏସ୍‌ କର୍ମଲକର, ମୁମ୍ବାଇ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ୍‌ର ନିର୍ଦ୍ଦେଶକ ପ୍ରଫେସର ସାଲିନୀ ଭାରତ, ଜେଏନ୍‌ୟୁର ପ୍ରଫେସର ରୁପେଶ ଚତୁର୍ବେଦୀ, ଟାଟା ସନ୍‌ସ ମୁମ୍ବାଇର ସିଏଚ୍‌ଆର୍‌ଓ ସତୀଶ୍‌ ପ୍ରଧାନ, ନ୍ୟାସନାଲ୍‌ ସ୍କିଲ୍‌ ଡେଭେଲ୍‌ପମେଣ୍ଟ କାଉନ୍‌ସିଲ୍‌ର ପୂର୍ବତନ ସିଇଓ ଜୟନ୍ତ କ୍ରୀଷ୍ଣା ଏବଂ ୟୁଜିସିର ଯୁଗ୍ମ ସଚିବ ଡ. ଅର୍ଚ୍ଚନା ଠାକୁର ବୈଠକର ସଂଯୋଜକ ରହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.