ନୂଆଦିଲ୍ଲୀ,୧୩/୧୧ : ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସୋମବାର ନିଜ କ୍ୟାବିନେଟରେ ବଡ଼ ପରିବର୍ତ୍ତନ କରିଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ କ୍ୟାମରନଙ୍କୁ ବ୍ରିଟେନର ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହାସହ ସୁନକ ଭାରତୀୟ ମୂଳ ନିବାସୀ ଗୃହମନ୍ତ୍ରୀ ସୁଏଲା ବ୍ରେବରମ୍ୟାନଙ୍କୁ ବରଖାସ୍ତ କରିଛନ୍ତି । ତାଙ୍କ ସ୍ଥାନରେ ଜେମ୍ସ କ୍ଲେବରଲୀଙ୍କୁ କମାଣ୍ଡ ଦେଇଛନ୍ତି । ଏହା ପୂର୍ବରୁ କ୍ଲେବରଲୀ ବିଦେଶ ମନ୍ତ୍ରୀ ଥିଲେ ।
ବିଦେଶ ମନ୍ତ୍ରୀ ହେବା ପରେ କ୍ୟାମରନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋତେ ନିଜର ବିଦେଶ ମନ୍ତ୍ରୀ ଭାବେ କାମ କରିବା ଲାଗି କହିଛନ୍ତି ଏବଂ ମୁଁ ଏହାକୁ ସ୍ବୀକାର କରିଛି । ସେ କହିଛନ୍ତି, ଆମେ ଅନ୍ତରାଷ୍ଟ୍ରୀୟ ଚ୍ୟାଲେଞ୍ଜକୁ ସାମ୍ନା କରୁଛୁ । ଏଥିରେ ୟୁକ୍ରେନରେ ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ସଙ୍କଟ ସାମିଲ ରହିଛି । ସେ କହିଛନ୍ତି କି, ମୁଁ ପୂର୍ବ ସାତ ବର୍ଷରୁ ରାଜନୀତିରେ ବାହାରେ ଅଛି । ମୋତେ ଆଶା ରହିଛି କି ୧୧ବର୍ଷ ପର୍ଯ୍ୟନ୍ତ କଞ୍ଜର୍ବେଟିଭ ନେତା ଏବଂ ୬ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୂପରେ ମୋର ଅନୁଭବ ପ୍ରଧାନମନ୍ତ୍ରୀଙ୍କୁ ମହତ୍ବପୂର୍ଣ୍ଣ ଚ୍ୟାଲେଞ୍ଜର ସାମ୍ନା କରିବାରେ ସହାୟତା କରିବ ।
ଡେଭିଡ କ୍ୟାମରନ ଭାରତୀୟ ମୂଳ ନିବାସୀ ପ୍ରଧାନମନ୍ତ୍ରୀ ସୁନକଙ୍କ ତାରିଫ କରିଛନ୍ତି । ସେ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି କି, ମୁଁ କିଛି ବ୍ୟକ୍ତିଗତ ନିର୍ଣ୍ଣୟରେ ଅସହମତ ହୋଇପାରେ । କିନ୍ତୁ ମୋ ଲାଗି ଏହା ସ୍ପଷ୍ଟ ଅଟେ କି ଋଷି ସୁନକ ଏକ ମଜବୁତ ଏବଂ ସକ୍ଷମ ପ୍ରଧାନମନ୍ତ୍ରୀ ଅଟନ୍ତି । ସୁନକ କଠିନ ସମୟରେ ଭଲ ନେତୃତ୍ବ ଦେଖାଉଛନ୍ତି । ମୁଁ ତାଙ୍କୁ ଆମ ଦେଶକୁ ଆବଶ୍ୟକ ସୁରକ୍ଷା ଏବଂ ସମୃଦ୍ଧି ପ୍ରଦାନ କରିବା ଲାଗି ସାହାଯ୍ୟ କରିବାକୁ ଚାହୁଁଛି ।