ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ପ୍ରଥମେ ଚିଫ୍‌ଙ୍କ ମୃତ୍ୟୁ, ଏବେ ୱାଗନର ଗ୍ରୁପ୍‌ ଆତଙ୍କୀ ସଙ୍ଗଠନ ଘୋଷିତ ; ପୁଟିନଙ୍କ ସହ ବିଦ୍ରୋହ ପଡ଼ିଲା ମହଙ୍ଗା

ଲଣ୍ଡନ – ରୁଷ୍‌ର ୱାଗନର ଗ୍ରୁପ୍‌କୁ ବ୍ରିଟେନ ଆତଙ୍କୀ ସଙ୍ଗଠନ ଘୋଷିତ କରିଛି। କିଛି ଦିନ ପୂର୍ବେ ପ୍ଲେନ କ୍ରାଶରେ ନିଜର ଚିଫ୍‌ଙ୍କୁ ହରାଇବା ଥିବା ଏହି ଗ୍ରୁପ୍‌ର ସାମନାରେ ଏହି ନୂଆ ସମସ୍ୟା ଆସି ଠିଆ ହୋଇଛି। କହି ରଖୁଛୁ କି, ୱାଗନର ଗ୍ରୁପ୍‌ କେବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବ୍‌ ନିକଟତର ଥିଲା। ୟୁକ୍ରେନ୍‌ ବିରୋଧରେ ରୁଷ୍‌ର ଲଢେଇରେ ଏହି ପ୍ରାଇଭେଟ୍‌ ଆର୍ମି ତାଙ୍କ ସପକ୍ଷରେ ଥିଲା। ଜାନୁୟାରୀରେ ଏହି ଗ୍ରୁପ୍‌ର ମୁଖିଆ ୟେଭେଗନି ପ୍ରିଗୋଝିନ,  ୟୁକ୍ରେନରେ ଡୋନେଟସ୍କ ଅଞ୍ଚଳର ନମକ-ସୋଲେଡର ସହରକୁ କବଜା କରିବାର ପୂରା ଶ୍ରେୟ ନେଇଥିଲେ। କିନ୍ତୁ ୟୁକ୍ରେନରେ ତାଙ୍କର ମୁଖିଆ ୟେଭେଗେନି ପ୍ରିଗୋଝିନ ବିଦ୍ରୋହ କରି ଦେଇ ଥିଲେ। ହେଲେ ଖୁବ୍‌ ଶୀଘ୍ର ସେ ପୁଣି ରୁଷ୍‌ ସାମନାରେ ମୁଣ୍ଡ ନୁଆଁଇ ଥିଲେ ଏବଂ କ୍ଷମା ମାଗିଥିଲେ। କୁହାଯାଉଥିଲା କି,ଏହାପରେ ୱାଗନର ଗ୍ରୁପ୍‌ର ବିଦ୍ରୋହକୁ କ୍ଷମା ମିଳିଯିବ। କିନ୍ତୁ କିଛି ଦିନ ପରେ ପ୍ରିଗୋଝିନଙ୍କ କ୍ରାସ୍‌ରେ ମୃତ୍ୟୁ ହୋଇ ଯାଇଥିଲା। 

ପିଏମସି ୱାଗନର କୁହାଯାଉ ଥିବା ଏହି ଗ୍ରୁପ୍‌ ଏକ ରୁଷୀୟ ଅର୍ଦ୍ଧସୈନିକ ସଙ୍ଗଠନ। ଏହା ଏକ ପ୍ରାଇଭେଟ୍‌ ମିଲିଟାରୀ କମ୍ପାନୀ , ଯେଉଁଥିରେ ଭଡ଼ା ସୈନିକ ଅଛନ୍ତି। ଏହା ଉପରେ ରୁଷ୍‌ର କୌଣସି ଆଇନ ଲାଗୁ ହୋଇ ନଥାଏ। ଆରମ୍ଭରେ ଏହି ସଙ୍ଗଠନ ଲୁକାୟିତ ଭାବେ ଥିଲା , କିନ୍ତୁ ପ୍ରଥମ ଥର ୨୦୧୪ ରେ ଏହା ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ୨୦୧୪ରେ ପୂର୍ବୀୟ ୟୁକ୍ରେନରେ ସଂଘର୍ଷ ବେଳେ ଏହାର ନାଁ ଆସିଥିଲା। ଏହି ପ୍ରାଇଭେଟ୍‌ ମିଲିଟାରୀ ସଙ୍ଗଠନ ୟୁକ୍ରେନ ଅଭିଯାନର ଏକ ପ୍ରମୁଖ ସଦସ୍ୟ ଥିଲା ।

Copyright © 2022 - Summa Real Media Private Limited. All Rights Reserved.