ଲକ୍ଷ୍ନୌ ୩୦/୦୧: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ସ୍ୱାମୀଙ୍କ ଯୌନାଙ୍ଗକୁ ପତ୍ନୀ କାମୁଡି ଦେଇଛନ୍ତି । ଫଳରେ ସ୍ୱାମୀ ଗୁରୁତର ହୋଇପଡିଛନ୍ତି । ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୮ ତାରିଖ ରାତିରେ ଏହି ଘଟଣା ଘଟିଛି ।
ସ୍ୱାମୀ ରାମୁ ନିଶାଦ ରାତିରେ ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ଚାହିଁଥିଲେ । ମାତ୍ର ଏଥିରେ ପତ୍ନୀ ରାଜି ହୋଇନଥିଲେ। ତେବେ ସ୍ୱାମୀ ବଳପ୍ରୟୋଗ କରିବାରୁ ବାଧ୍ୟହୋଇ ପତ୍ନୀ ତାଙ୍କ ଯୌନାଙ୍ଗକୁ ଜୋର୍ରେ କାମୁଡି ଦେଇଥିଲେ। ଫଳରେ ରାମୁ ରକ୍ତାକ୍ତ ଅବସ୍ଥାରେ ଛଟପଟ ହୋଇଥିଲେ । ପରିବାର ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା ଫଳରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପତ୍ନୀଙ୍କ ବିରୋଧରେ ପୁଲିସ ଆଇପିସିର ଦଫା ୩୨୬ ଓ ୫୦୬ରେ ଏକ ମାମଲା ରୁଜୁ କରିଛି । ତଦନ୍ତ ପରେ ପତ୍ନୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ ଅନୁପ ସିଂହ କହିଛନ୍ତି ।