ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଶୁକ୍ରବାରଠୁ ୟୁପିଏସ୍‌ସି ମାଗଣା କୋଚିଂ ଆବେଦନ ଆରମ୍ଭ: ଏପ୍ରିଲ୍‌ ୨ରେ ଚାଲିବ ଆବେଦନ ,୨୯ରୁ ଆଡମିଟ୍‌ କାର୍ଡ

ଭୁବନେଶ୍ୱର,୦୧/୦୩: ୨୦୨୪-୨୫ ବର୍ଷ  ପାଇଁ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି)  ମାଗଣା କୋଚିଂ ପାଇଁ ଆବେଦନ ଆସନ୍ତା କାଲିଠାରୁ  ଆରମ୍ଭ ହେବ । ଅପରାହ୍ଣ ୪ଟାରୁ ଅନ୍‌ଲାଇନ୍‌  ଆବେଦନ ଆରମ୍ଭ ହେବ । ଏପ୍ରିଲ୍‌ ୨ ତାରିଖ ମଧ୍ୟରେ  ଆବେଦନର ସୁଯୋଗ ମିଳିବ । ଆସନ୍ତା ଏପ୍ରିଲ୍‌ ୨୯  ତାରିଖରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ । ମେ  ୫ରେ ପରୀକ୍ଷା ହେବ । ଇଛୁକ ଶିକ୍ଷାର୍ଥୀମାନେ ସାମ୍‌ସ  ୱେବ୍‌ସାଇଟ୍‌ www.dhe.odisha.gov.inରେ ଆବେଦନ କରିବେ । 

ଷ୍ଟାଫ୍‌ ସିଲେକ୍ସନ୍‌ ବୋର୍ଡ  ପକ୍ଷରୁ ପ୍ରବେଶିକା ପରୀକ୍ଷା କରାଯିବ । ଏହି ପରୀକ୍ଷାରେ  ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀଙ୍କୁ ମାଗଣାରେ ୟୁପିଏସ୍‌ସି କୋଚିଂ  ଦିଆଯିବ । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ  ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ଏହି  କୋଚିଂକୁ ଉନ୍ନତମାନର କରିବା ପାଇଁ ବିଭିନ୍ନ ଉଚ୍ଚସ୍ତରୀୟ  ଏକାଡେମୀ ତଥା ପ୍ରଫେସନାଲ୍‌ କୋଚିଂ ସେଣ୍ଟର ସହ  ଚୁକ୍ତି ହୋଇଛି । ପିଲାଙ୍କୁ ଗୁଣାତ୍ମକ କୋଚିଂ ଦେବା ସହ  ଷ୍ଟଡି ମ୍ୟାଟେରିଆଲ୍‌ ଯୋଗାଇ ଦିଆଯିବ । ଏନେଇ ଗୁରୁବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.