ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଜୋ ବାଇଡେନଙ୍କୁ ଭେଟିଲେ ସି ଜିନପିଙ୍ଗ, କହିଲେ ‘ଧରିତ୍ରୀରେ ରହି ପାରିବେ ୨ ମହାଶକ୍ତି’

ୱାଶିଂଟନ୍, ୧୬/୧୧: ବୁଧବାର ବିଳମ୍ବିତ ରାତିରେ କାଲିଫର୍ଣ୍ଣିଆରେ ଭେଟିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସାନ ଫ୍ରାନ୍ସିସ୍କୋରେ ଚାଲିଥିବା ଏପିଇସି ଅର୍ଥାତ୍ ଏସିଆ-ପେସିଫିକ୍ ଇକୋନୋମିକ୍ କୋ-ଅପରେସନ୍ ସମ୍ମିଳନୀରେ ହୋଇଛି ଏହି ଭେଟଘାଟ । ଆଲୋଚନା ବେଳେ ୨ ନେତା ମିଲିଟ୍ରି କମ୍ୟୁନିକେସନ୍ ଆରମ୍ଭ କରିବା ଲାଗି ସହମତ ହୋଇଛନ୍ତି ।

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକରେ ଜିନପିଙ୍ଗ କହିଛନ୍ତି, ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରୁ ଆମେରିକା । ଚୀନର ଏକକୀକରଣ ନୀତିକୁ ଆମେରିକା ସମର୍ଥନ କରୁ, ଯାହାକୁ ରୋକିବା ସହଜ ନୁହେଁ । ଚୀନର ସରକାରୀ ମିଡିଆ ଅନୁସାରେ ଜିନପିଙ୍ଗ କହିଛନ୍ତି, ଆମେରିକାକୁ ଚୀନ ପଛରେ ପକାଇବା ଅଥବା ଆମେରିକାର ସ୍ଥାନ ନେବାକୁ ଚାହୁଁ ନାହିଁ । 

ପୁଣି ଟ୍ରେନରେ ନିଆଁ, ଦିଲ୍ଲୀ-ସହର୍ସା ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡରେ ୧୯ ଆହତ

ଚୀନ ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଚୀନର ରପ୍ତାନୀ ଉପରେ ନିୟନ୍ତ୍ରଣ, ପୁଞ୍ଜିନିବେଶର ଯାଞ୍ଚ ଏବଂ ଏକତରଫା ପ୍ରତିବନ୍ଧକ ଫଳରେ ଚୀନର ସ୍ୱାର୍ଥକୁ କ୍ଷତି ପହଞ୍ଚୁଛି । ଚୀନର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳକୁ ଚପାଇ ବିକାଶ ପ୍ରକ୍ରିୟାରେ ବାଧା ଉପୁଜା ଯାଉଛି ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ ଜିନପିଙ୍ଗ କହିଛନ୍ତି, ଧରିତ୍ରୀ ଏତେ ବଡ଼ ଯେ ଏଠାରେ ୨ଟି ମହାଶକ୍ତି (ସୁପରପାୱାର) ରହି ପାରିବେ । ଆମ ଦେଶ ବହୁତ ଭିନ୍ନ, କିନ୍ତୁ ଆମେ ଏହି ପାର୍ଥକ୍ୟରୁ ଉପରକୁ ଉଠି ପାରିବା । ଚୀନ ଓ ଆମେରିକା ଭଳି ୨ ବଡ଼ ଦେଶ ଜଣେ ଜଣଙ୍କ ଠାରୁ ମୁହଁ ଫେରାଇ ନେବା ବିକଳ୍ପ ନୁହେଁ । ଦୁଇ ଦେଶ ମଧ୍ୟରେ ସଂଘର୍ଷ ଓ ଉତ୍ତେଜନାର ପରିମାଣ ଭୟଙ୍କର ହୋଇପାରେ ।

ପାରାଦୀପରୁ ୩୮୦ କିମି ଦୂରରେ ଗଭୀର ଅବପାତ, ବାତ୍ୟା ରୂପରେ କରିପାରେ ଉପକୂଳ ଅତିକ୍ରମ

ସେହିଭଳି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଜିନପିଙ୍ଗ ଏହି ଅର୍ଥରେ ତାନାଶାହ ଅଟନ୍ତି । ଚୀନର ସରକାର ଆମ ସରକାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍ କହିଛନ୍ତି, ଜିନପିଙ୍ଗଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି । ଅନେକ ପ୍ରସଙ୍ଗରେ ଗମ୍ଭୀର ଓ ସକରାତ୍ମକ ଆଲୋଚନା ହୋଇଛି । ତାଇୱାନ ପ୍ରସଙ୍ଗରେ ଆଭିମୁଖ୍ୟକୁ ଆମେରିକା ସ୍ପଷ୍ଟ କରିଛି । ଆମେ ଚୀନର ନୀତିକୁ ସମର୍ଥନ କରୁଛୁ ।

ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ବାଇଡେନ୍ ଘୋଷଣା କରିଥିଲେ, ଚୀନ ଫେଣ୍ଟାନିଲ୍ ଡ୍ରଗର କମ୍ପୋନେଣ୍ଟ୍ସର ନିୟନ୍ତ୍ରଣ କରିବ । ଯାହା ଫଳରେ ଆମେରିକାର ଡ୍ରଗ୍ ସମସ୍ୟା ଉପରେ ନିୟନ୍ତ୍ରଣ ରହି ପାରିବ । ଏହାଛଡ଼ା ୨ ଦେଶ ଏଆଇକୁ ପରମାଣୁ କମାଣ୍ଡ ଠାରୁ ଦୂରେଇ ରଖିବାକୁ ସହମତି ପ୍ରକାଶ କରିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ଚାଲିଥିଲା । ଉଭୟ ଶେଷ ଥର ପାଇଁ ୨୦୨୨ ନଭେମ୍ବର ଜି୨୦ରେ ବାଲିରେ ଭେଟିଥିଲେ ।

ଘନେଇଲା ଲଘୁଚାପ,୧୭ରେ ଗଭୀର ଅବପାତ ରୂପ:୧୮ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ତିନି ଦିନ ବର୍ଷିବ

Copyright © 2022 - Summa Real Media Private Limited. All Rights Reserved.