ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଭାରତ, ଆମେରିକା ଓ ସାଉଦି ଆରବ ମଧ୍ୟରେ ରେଳ ଓ ବନ୍ଦର ଯୋଗାଯୋଗକୁ ନେଇ ହୋଇପାରେ ଚୁକ୍ତି

ନୂଆଦିଲ୍ଲୀ, ୦୮/୦୯: ସହଜ ଓ ଶସ୍ତା ହେବ ବ୍ୟବସାୟ । ଆମେରିକା, ସାଉଦି ଆରବ ଓ ଭାରତ ମଧ୍ୟରେ ରେଳ ଓ ବନ୍ଦର ଯୋଗାଯୋଗ ହୋଇପାରେ । ରୟଟର୍ସ ଅନୁସାରେ, ଏହି ବୁଝାମଣା ହେଲେ ମଧ୍ୟପ୍ରାଚ୍ୟ ସହ ଏସିଆ ମହାଦେଶର ଦେଶଗୁଡ଼ିକର ବାଣିଜ୍ୟ ସୁବ୍ୟବସ୍ଥିତ ହୋଇ ପାରିବ । ଏହି ଡିଲରେ ୟୁଏଇ ଓ ୟୁରୋପ୍ ମଧ୍ୟ ସାମିଲ୍ ହୋଇଛନ୍ତି । କୁହାଯାଉଛି ଜି୨୦ ବୈଠକରେ ଏହା ଉପରେ ଆଲୋଚନା ହେବ । 

ଦିଲ୍ଲୀରେ ଜ୨୦ ବୈଠକ ପାଇଁ ଆଜି ସନ୍ଧ୍ୟାରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନ୍ ଦିଲ୍ଲୀ ପହଞ୍ଚିବା ପରେ ପିଏମ୍ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ସାଉଦି ଆରବର କ୍ରାଉନ୍ସ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନ ମଧ୍ୟ ପିଏମ୍ ମୋଦୀଙ୍କୁ ଭେଟିବେ । ଏହି ସମୟରେ ବାଣିଜ୍ୟ ଯୋଗାଯୋଗକୁ ନେଇ ଚର୍ଚ୍ଚା ହୋଇପାରେ ।

G୨୦ ସମ୍ମିଳନୀ ଅବସରରେ ୧୫ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପିଏମ୍ ମୋଦୀ

ରିପୋର୍ଟରେ କୁହାଯାଇଛି, ଚୀନର ବେଲ୍ଟ ଆଣ୍ଡ ରୋଡ୍ ଗ୍ଲୋବାଲ୍ ଇନଫ୍ରାଷ୍ଟ୍ରକ୍ଚରକୁ ଟକ୍କର ଦେବା ଲାଗି ଆମେରିକା ରାଷ୍ଟ୍ରପତି ବାଇଡେନ୍ ଜି୨୦ରେ ବିକାଶଶୀଳ ଦେଶ ବିଶେଷ କରି ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଏକ ବିକଳ୍ପ ଭାଗିଦାରୀ ଓ ନିବେଶକ ଭାବେ ଉପସ୍ଥାପନ କରି ପାରନ୍ତି ।

ଏବେ ବାଇଡେନ୍ ପ୍ରଶାସନ ମଧ୍ୟପ୍ରାଚ୍ୟରେ ଏକ ବ୍ୟାପକ କୂଟନୈତିକ ବୁଝାମଣା ଅପେକ୍ଷାରେ ରହିଛି । ଯାହା ପ୍ରକାରେ, ସାଉଦି ଆରବ ଓ ଇସ୍ରାଏଲକୁ ଆମେରିକା ମାନ୍ୟତା ଦେଇପାରେ । ଆମେରିକା ଅଧିକାରୀଙ୍କ ଅନୁସାରେ, ଭିତ୍ତିଭୂମିକୁ ନେଇ ଏହି ବୁଝାମଣା ସଫଳ ହେଲେ ସମୁଦ୍ର ପଥରେ ପରିବହନ ସମୟ, ଖର୍ଚ୍ଚ ସହ ଡିଜେଲର ବ୍ୟବହାର କମିବ । ଏଥିସହ ବାଣିଜ୍ୟ ଶସ୍ତା ହେବ ।

ରାଜନୀତିର ମାପକାଠି ଏବେ ପରିବାରବାଦ: ସକ୍ରିୟ ଅଛନ୍ତି ୩୫, ଆଗାମୀ ନିର୍ବାଚନରେ ଭାଗ୍ୟ ପରୀକ୍ଷା ପାଇଁ ଧାଡ଼ିରେ ୫୦ରୁ ଅଧିକ ଦାୟାଦ

Trade Deal
Connectivity
Saudi Arabia

Copyright © 2022 - Summa Real Media Private Limited. All Rights Reserved.