ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ରାଇଡ୍ ବାତିଲ୍ କରି ୨୩ ଲକ୍ଷ ପାଇଲେ ୭୦ ବର୍ଷୀୟ ଉବର ଚାଳକ

ନୂଆଦିଲ୍ଲୀ, ୦୬/୧୧: ଇଣ୍ଟରନେଟ୍ ଯୁଗରେ କୌଣସି ସ୍ଥାନକୁ ଯିବା ପାଇଁ ଲୋକେ ଅନଲାଇନ୍ ଆପରେ ଗାଡ଼ି ବୁକ୍ କରନ୍ତି । ଆଉ ଅନେକ ସମୟରେ ରାଇଡ୍ ବାତିଲ୍ ବି କରି ଦିଅନ୍ତି । ଏଥିପାଇଁ ଅନେକ ସମୟରେ ବ୍ୟବହାରକାରୀଙ୍କୁ ସ୍ୱଳ୍ପ ଅର୍ଥ ଜରିମାନା ବି ଦେବାକୁ ପଡ଼େ । କିନ୍ତୁ ଆମେରିକାର ଉତ୍ତର କାରୋଲିନାରେ ଅଜବ ମାମଲା ଦେଖିବାକୁ ମିଳିଛି ।

ଜଣେ ୭୦ ବର୍ଷୀୟ ଉବର ଡ୍ରାଇଭର ଆୟ କରିଛନ୍ତି ୨୮ ହଜାର ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ୨୩.୩ ଲକ୍ଷ ଟଙ୍କା ହେବ । ମିଳିଥିବା ସୂଚନା ଅନୁସାରେ ଉବର ଡ୍ରାଇଭର ଜଣଙ୍କ ବର୍ଷକରେ ତାଙ୍କ ପାଖକୁ ଆସିଥିବା ବୁକିଂର ୨୩ ପ୍ରତିଶତକୁ ବାତିଲ୍ କରି ଦେଇଥିଲେ । ଇନସାଇଡରର ରିପୋର୍ଟ ଅନୁସାରେ ଡ୍ରାଇଭର ଜଣଙ୍କ ୨୦୨୨ ବର୍ଷରେ ୧୫୦୦ ଟ୍ରିପ୍ କରିଛନ୍ତି ।

ବୈଠକ ମଝିରୁ ଆପ୍‌ ବିଧାୟକଙ୍କୁ ଉଠାଇନେଲା ଇଡି, ବିଜେପି ଉପରେ ବର୍ଷିଲା କେଜ୍ରିଓ୍ବାଲଙ୍କ ଦଳ

ବ୍ୟକ୍ତି ଜଣଙ୍କ ୬ ବର୍ଷ ତଳେ ଅବସର ଗ୍ରହଣ ପରେ ପାର୍ଟ ଟାଇମ୍ ରୋଜଗାର ପାଇଁ ଉବରରେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସେ ଅଧିକାଂଶ ବୁକିଂକୁ ବାତିଲ୍ କରି ଦେଉଥିଲେ । ଦର୍ଶାଉଥିଲେ, ସେ ଡ୍ରାଇଭ୍ କରୁଥିବା ଅଞ୍ଚଳରେ ଟ୍ରିପ୍ ଆୟ କମୁଛି । ଫଳରେ ଡ୍ରାଇଭିଂ ହାୱାର ହ୍ରାସ୍ ପାଉଛି । ପ୍ରଥମେ ବ୍ୟକ୍ତି ଜଣଙ୍କ ସପ୍ତାହକୁ ୪୦ ଘଣ୍ଟା କାମ କରୁଥିବେ ବେଳେ ଏବେ ଏହା ୩୦ ଘଣ୍ଟାକୁ ହ୍ରାସ୍ ପାଇଛି ।

ସେ କହିଛନ୍ତି, ତାଙ୍କ ଅଞ୍ଚଳରେ ରେଟ୍ ବଢ଼ୁ ନାହିଁ । ଅନ୍ୟ ଡ୍ରାଇଭର ଘଣ୍ଟାଏ କାମ କରି ୫୦ ଡଲାର୍ ଆୟ କରୁଛନ୍ତି । ଏବେ ଡ୍ରାଇଭରଙ୍କ ସଂଖ୍ୟା ବଢ଼ିଥିବାରୁ ସେ ଘଣ୍ଟାକୁ ମାତ୍ର ୧୫ରୁ ୨୦ ଡଲାର ଆୟ କରିବାରେ ସମର୍ଥ ହେଉଛନ୍ତି । କୋଭିଡ୍ ସମୟରେ ଡ୍ରାଇଭରଙ୍କ ସଂଖ୍ୟା କମ୍ ଥିବାରୁ ଭଲ ଆୟ ହେଉଥିଲା ।

କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ, ସଂସ୍କୃତି ଓ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ : ମୁଖ୍ୟମନ୍ତ୍ରୀ

ତେବେ ଆୟ ବଢ଼ାଇବା ଲାଗି ସେ ଅନେକ ପଦକ୍ଷେପ ନେଇଥିଲେ । ଭିଡ଼ ସମୟରେ ସେ ବିମାନବନ୍ଦର ଓ ବାର୍ ନିକଟରେ ରହୁଥିଲେ । ଯାହା ଫଳପ୍ରଦ ହୋଇଥିଲା । ସେ ଆହୁରି କହିଛନ୍ତି ୱାନ୍ ୱେ ରାଇଡକୁ ସେ ମନା କରୁଥିଲେ । ତେବେ ଏହା ତାଙ୍କ ପାଇଁ ବିପଦ ଥିଲା । କାରଣ ଏଭଳି ରାଇଡ୍ ବାତିଲ୍ କଲେ ଉବର ଆକାଉଣ୍ଟ କାଟିଦେବାର ଭୟ ଥିଲା ।  

Copyright © 2022 - Summa Real Media Private Limited. All Rights Reserved.