ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିବାହିତ ଡାକ୍ତରଙ୍କୁ ଡେଟ୍‌ କରିବା ବ୍ୟୁଟି କ୍ୱିନ୍‌ଙ୍କୁ ପଡିଲା ମହଙ୍ଗା, ଫେରାଇଲେ ମିସ୍‌ ଜାପାନ-୨୦୨୪ ମୁକୁଟ

Published By : Prameya | February 8, 2024 8:34 AM

ନୂଆଦିଲ୍ଲୀ ୦୮/୦୨ : ଗତ ମାସ ମିସ୍‌ ଜାପାନ ଟାଇଟଲ୍‌ ପାଇଥିବା କାରୋଲିନା ଶିନୋ ନିଜ ମୁକୁଟ ଫେରାଇଛନ୍ତି । ଜଣେ ବିବାହିତ ବ୍ୟକ୍ତିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏକ ସାପ୍ତାହିକ ପତ୍ରିକାରେ ଖୁଲାସା ହେବା ପରେ ସେ ଏପରି କରିଛନ୍ତି । ସୁନ୍ଦରୀ ପ୍ରତିଯୋଗିତା ଇତିହାସରେ ଏହା ଏକ ବିରଳ ଘଟଣା । ବର୍ଷ ତମାମ ମିସ୍‌ ଜାପାନ ଟାଇଟଲ୍‌ ଖାଲି ରହିବ । ୟୁକ୍ରେନ୍‌ରେ ଜନ୍ମିତ ୨୬ ବର୍ଷୀୟା ଶିନୋ ଜାପାନରେ ବଢ଼ିଛନ୍ତି । ଗତ ମାସ ମିସ୍‌ ଜାପାନ-୨୦୨୪ ଟାଇଟଲ୍‌ ଜିତିବା ପରେ ସେ ବିବାଦ ଘେରକୁ ଆସିଥିଲେ । ଜାପାନର ମୂଳ ବାସିନ୍ଦା ନ ହୋଇ ମଧ୍ୟ ତାଙ୍କୁ ମିସ୍‌ ଜାପାନ ସମ୍ମାନ କେମିତି ମିଳିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଲେ । 

ଏହି ବିବାଦ ମଧ୍ୟରେ ଶୁକାନ ବୁନଶୁନ୍‌ ନାମକ ସାପ୍ତାହିକ ପତ୍ରିକାରେ ଏକ ଖବର ପ୍ରକାଶ ପାଇଲା, ଯେଉଁଥିରେ ତାକୁମା ମେଡା ନାମକ ଜଣେ ବିବାହିତ ଡାକ୍ତରଙ୍କ ସହ ଶିନୋଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଲ୍ଲେଖ ହୋଇଥିଲା । ସୁନ୍ଦରୀ ପ୍ରତିଯୋଗିତାର ଆୟୋଜକମାନେ ପ୍ରଥମେ ଶିନୋଙ୍କୁ ସମର୍ଥନ କଲେ । ତାକୁମା ଜଣେ ବିବାହିତ ବ୍ୟକ୍ତି ବୋଲି ଶିନୋ ଜାଣିନଥିବା କଥା ସେମାନେ କହିଲେ । କିନ୍ତୁ ପରେ ଜଣାପଡ଼ିଲା ଯେ ତାକୁମା ବିବାହିତ ଜାଣି ସୁଦ୍ଧା ଶିନୋ ତାଙ୍କୁ ଡେଟ୍‌ କରିଥିଲେ । 

ଶିନୋଙ୍କ ମଡେଲ ଏଜେନ୍ସି ଫ୍ରି ୱେଭ୍‌ କହିଛି, ଡାକ୍ତର ପ୍ରଥମେ ଶିନୋଙ୍କୁ ଅବିବାହିତ ବୋଲି କହିଥିଲେ । କିନ୍ତୁ ବିବାହିତ ବୋଲି ଜାଣିବା ପରେ ବି ଶିନୋ ତାଙ୍କ ସହ ସମ୍ପର୍କ ରଖିଲେ । ପତ୍ରିକାରେ ଖବର ପ୍ରକାଶ ପାଇବା ପରେ ଶିନୋ ଇନ୍‌ଷ୍ଟାଗ୍ରାମ୍‌ରେ କ୍ଷମା ମାଗିଛନ୍ତି । ସେ ଲେଖିଛନ୍ତି ‘ଯେଉଁ ବଡ଼ ଧରଣର ତ୍ରୁଟି ମୋ ଯୋଗୁ ହୋଇଛି ଏବଂ ଯେଉଁମାନେ ମୋତେ ସମର୍ଥନ କଲେ ସେମାନଙ୍କ ସହ ପ୍ରତାରଣା କରିଥିବାରୁ ମୁଁ ବାସ୍ତବରେ ଅତ୍ୟନ୍ତ ଦୁଃଖିତ ।’ ଦ୍ୱନ୍ଦ୍ୱ ଓ ଭୟ ଯୋଗୁ ସତ କହିପାରୁନଥିଲେ ବୋଲି ଶିନୋ ଉଲ୍ଲେଖ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.