ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଗ୍ନୋର ୬ଟି ଆଞ୍ଚଳିକ କେନ୍ଦ୍ରର ନୂତନ ଭବନର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୭/୨ : ଡିଷ୍ଟାନ୍ସ ଲର୍ଣ୍ଣି୍, ଡିଜିଟାଲ ଲର୍ଣ୍ଣିଂ ଓ ଟେକ୍ନୋଲୋଜି ଭିତ୍ତିକ ଲର୍ଣ୍ଣିଂ ପଦ୍ଧତି ମାଧ୍ୟମରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)କୁ ଦୁନିଆର ଉନ୍ନତ ଅନୁଷ୍ଠାନ ବନାଇବା ଦିଗରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୬ଟି ଆଞ୍ଚଳିକ କେନ୍ଦ୍ରର ନୂତନ ଭବନର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଅଗରତାଲା, ବାଙ୍ଗାଲୁରୁ, ପୁଣେ, ଜମ୍ମୁ, ପୋର୍ଟ ବ୍ଲେୟର ଏବଂ ନୋଏଡାରେ ଇଗ୍ନୋର ନୂଆ ଭବନ ଲୋକାର୍ପଣ ହେବା ସହ ବିଜୟଓ୍ୱାଡା ଆଞ୍ଚଳିକ କେନ୍ଦ୍ରର ଭୂମିପୂଜନ ହୋଇଛି । ସେହିପରି ଇଗ୍ନୋର ଇଲେକ୍ଟ୍ରୋନିକ୍ସ ମିଡିଆ ପ୍ରଡକ୍ସନ ସେଣ୍ଟରର ଅତ୍ୟାଧୁନିକ ବୋର୍ଡକାଷ୍ଟ ସୁବିଧା ଅପଗ୍ରେଡେସନର ଉଦଘାଟନ ହୋଇଛି । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଇଗ୍ନୋ ଦେଶରେ ନିଜର ବିଶ୍ୱସନୀୟ ଦେଖାଇଆସିଛି । ବିଗତ ଦଶକରେ ବିଦ୍ୟାର୍ଥୀ ଡିଗ୍ରୀ ଓ ଦକ୍ଷତା ଦେବାରେ ନିଜର ଦାୟିତ୍ୱ ନିର୍ବାହ କରିଆସିଛି । ସମୟର ଆବଶ୍ୟକତା ଓ ଚାହିଦା ଅନୁସାରେ ଇଗ୍ନୋ ନିଜକୁ ପରିବର୍ତ୍ତନ କରିଛି । ଦେଶରେ ୫୭ଟି ଆଞ୍ଚଳିକ କେନ୍ଦ୍ର ଓ ୨ହଜାର ଷ୍ଟଡି ସେଣ୍ଟର ମାଧ୍ୟମରେ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପାଠପଢା ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଇଗ୍ନୋ ନିଜର ପାଠପଢା ପ୍ରକ୍ରିୟା ଜାରି ରଖିଛି ।୨୦୪୭ ସୁଦ୍ଧା ଦେଶକୁ ଅର୍ଥନୀତି କ୍ଷେତ୍ରରେ ଆଗକୁ ନେବା ପାଇଁ ଆମେ ଲକ୍ଷ୍ୟ ରଖିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନ ପୂରଣ କରିବାକୁ ହେଲେ ନୂଆପିଢିଙ୍କ ସାମର୍ଥ୍ୟ ଓ  ଦକ୍ଷତାକୁ ବଢାଇବାକୁ ହେବ । ଦେଶରେ ଡିଜିଟାଲ ୟୁନିଭରସିଟିର କଳ୍ପନା କରାଯାଇଛି ।

ଏହାକୁ ଆଗାମୀ ଦିନରେ ଅଧିକ ପ୍ରାସଙ୍ଗିକ ଭାବେ ଦେଖିବାକୁ ହେବ । ଯେତେବେଳେ ଦେଶରେ ୬ଜି ଆପଣା ଯାଉଛି, ତାହାର ଅଧିକ ଲାଭ ଶିକ୍ଷା ସମାଜକୁ ମିଳିବ । ଓପନ ୟୁନିଭର୍ସିଟି ଏହାର ଆଗରେ ରହିବ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁଯାୟୀ ପାଠ୍ୟକ୍ରମକୁ ଭବିଷ୍ୟତବାଦୀ ଏବଂ ସର୍ବସ୍ପର୍ଶୀ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.