ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ସିଏମସି କାଉନସିଲ ବୈଠକରେ ହୋହାଲ୍ଲା, ଅଧିକାରୀଙ୍କୁ ଘେରିଲେ ବିରୋଧୀ

କଟକ, ୧୩/୧୧ : କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହାଲ୍ଲା। ବିଭ୍ରାନ୍ତିକର ସୂଚନା ନେଇ ଅଧିକାରୀଙ୍କୁ ଘେରିଲେ ବିରୋଧୀ। କଟକ ମହାନଗର ନିଗମ ଦ୍ଵାରା ଅର୍ବାନ ହାଟ ଥଇଥାନ ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏଜେନ୍ସି ଦ୍ଵାରା ଠିକା ସଂସ୍ଥା ନିଯୁକ୍ତିରେ ଭୁଲ ତଥ୍ୟ ପ୍ରଦାନ ନେଇ କାଉନସିଲ ବୈଠକରେ ହୋହାଲ୍ଲା ହୋଇଛି। ଉଭୟ କଂଗ୍ରେସ ଓ ବିଜେପି ଦଳର କର୍ପୋରେଟର ଅଧିକାରୀଙ୍କୁ ଘେରିଛନ୍ତି।

ସୂଚନାନୁଯାୟୀ, ସୋମବାର ବିଜୁ ଭବନରେ ଅନୁଷ୍ଠିତ ବୈଠକର ଆରମ୍ଭରୁ ହିଁ ବିରୋଧୀ ଦଳ କର୍ପୋରେଟରମାନେ ଗର୍ଜିଥିଲେ। ହଲରେ ବିରୋଧୀ ଓ ଶାସକ ଦଳ କର୍ପୋରେଟର ପରସ୍ପର ମଧ୍ୟରେ କଥା କଟାକଟି ହୋଇଥିଲେ। ସ୍ଥିତି ଅସମ୍ଭାଳ ହେବାରୁ ମେୟର ସୁବାସ ସିଂହ ଓ କମିଶନର ନିଖିଲ ପବନ କଲ୍ୟାଣ ବୈଠକକୁ ଅଧାରୁ ଅଧଘଣ୍ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.