ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଟକଣା: କ୍ୟାମ୍ପସକୁ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ମନା, ସମସ୍ୟା ନେଇ ତାତିଲେଣି ଶିକ୍ଷାର୍ଥୀ

ଭୁବନେଶ୍ୱର,୧୨/୦୨: ଉତ୍କଳ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାର ଢେର୍‌ ଦିନ ହେଲାଣି । ହେଲେ ଏପର୍ଯ୍ୟନ୍ତ ମେସ୍‌ ଖୋଲିପାରିଲା ନାହିଁ । ଅନ୍ୟପଟେ ଖାଇବା ପାଇଁ ଶିକ୍ଷାର୍ଥୀମାନେ ହଇରାଣ ହେଉଥିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଟକଣା ଚିନ୍ତା ଶିକ୍ଷାର୍ଥୀଙ୍କୁ ଘାରିଛି । ଗତ ୬ ତାରିଖରେ ବିଶ୍ୱବିଦ୍ୟାଳୟ କୁଳସଚିବ ସମସ୍ତ ପିଜି ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ଚିଠି କରିଛନ୍ତି । ଏହି ଚିଠିରେ ଉଲ୍ଲେଖ ରହିଛି ପିଲାମାନେ ବାହାର ଖାଇବା କିଣି ଆଣି ହଷ୍ଟେଲ୍‌ରେ ଖାଇପାରିବେ ନାହିଁ । ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅନ୍ତେବାସୀ ମାନଙ୍କ ଅଭିଯୋଗ କର୍ତ୍ତୃପକ୍ଷ ଜାଣିଶୁଣି ଶିକ୍ଷାର୍ଥୀଙ୍କୁ ହଇରାଣ କରୁଛନ୍ତି । ଏପଟେ ହଷ୍ଟେଲ୍‌ ମେସ୍‌ ଚାଲୁ କରୁନାହାଁନ୍ତି, କ୍ୟାମ୍ପସ ବାହାରରୁ ଆମେ କିଣିକି ଖାଇ ପାରିବୁ ନାହିଁ ତେବେ ଉପାସରେ କିପରି ପାଠ ପଢ଼ିବୁ ବୋଲି ଶିକ୍ଷାର୍ଥୀମାନେ ପ୍ରଶ୍ନ କରିଛନ୍ତି ।

ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ କ୍ୟାଣ୍ଟିନ୍‌ ଅର୍ଥାତ୍‌ ମେସ୍‌ ଖୋଲିନାହିଁ । ପାଖାପାଖି ୮ ମାସ ହେଲାଣି ପିଲାମାନେ ଖାଇବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଖାଇବା ପାଇଁ କ୍ୟାମ୍ପସ ବାହାରକୁ ଯାଉଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୨ଟି କ୍ୟାଣ୍ଟିନ୍‌ରୁ ଗୋଟିଏ କ୍ୟାଣ୍ଟିନ୍‌ ଖୋଲାଥିବା ବେଳେ ନବୀକରଣ ହୋଇ ଉଦ୍‌ଘାଟିତ୍‌ ହୋଇଥିବା ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ ନାକ୍‌ ପରିଦର୍ଶନର ୩ ପରେ ଆଉ ଖୋଲିବାର ନାଁ ଧରୁନି । ଅଭିଯୋଗ କଲେ କର୍ତ୍ତୁପକ୍ଷ ଶୁଣୁନାହାଁନ୍ତି । ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ କହିଲେ ସେ କହୁଛନ୍ତି ପିଜି କାଉନସିଲ୍‌ ଚେୟାରମ୍ୟାନଙ୍କୁ କୁହନ୍ତୁ । ପିଜି କାଉନସିଲ୍‌ ଚେୟାରମାନ କହୁଛନ୍ତି ହଷ୍ଟେଲ୍‌ ଦାୟିତ୍ୱ ପିଜି କାଉନସିଲ୍‌ର ନୁହେଁ । ଏନେଇ କୁଳପତିଙ୍କୁ ଦେଖା କରିବାକୁ ଗଲେ ଦେଖା ଦେଉନାହାଁନ୍ତି । ବାରମ୍ବାର ଅଭିଯୋଗ ପରେ କେହି ନଶୁଣିବାରୁ ଛାତ୍ରଛାତ୍ରୀମାନେ ବହୁତ ଥର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତଥାପି କର୍ତ୍ତୃପକ୍ଷ ଶୁଣିବାକୁ ନାରାଜ । ସୋମବାର ମଧ୍ୟ ଆନ୍ଦୋଳନ ଓହ୍ଲାଇବେ ଶିକ୍ଷାର୍ଥୀ ।

ଜଣେ ଶିକ୍ଷାର୍ଥୀ ନିଜର ନାମ ଗୋପନ ରଖି କହିଛନ୍ତି, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାରୁ ଖାଇବା ମଗାଇ ହଷ୍ଟେଲ୍‌ ଦେବାକୁ ବାଧ୍ୟ କରୁଛନ୍ତି । ଏହାକୁ ବିରୋଧ କରିବାରୁ ହଷ୍ଟେଲ୍‌କୁ ବାହାର ଖାଇବା ଆଣିବାକୁ ବାରଣ କରାଯାଇଛି । ସ୍ୱଚ୍ଛତା ଓ ପରିଚ୍ଛନତାକୁ ଆଧାର କରି ଏପରି ବାରଣ ଥିବା ବେଳେ ଯେଉଁ ସଂସ୍ଥା ଖାଇବା ଯୋଗାଇବ ସେ କିପରି ବାହାରୁ ରୋଷେଇ କରି ଆଣି ଦେବ ତାହା ପ୍ରଶ୍ନ ଉଠୁଛି । ଗତ ବର୍ଷ ମେ ୨୦ରୁ ଜୁନ୍‌ ୨୦ ପର୍ଯ୍ୟନ୍ତ ଖରା ଛୁଟି ହୋଇଥିଲା । ଖରାଛୁଟି ଖୋଲିବା ପରଠାରୁ ହଷ୍ଟେଲ୍‌ କ୍ୟାଣ୍ଟିନ ବନ୍ଦ ରହିଛି । ଅଭିଯୋଗ କଲେ କେହି ଶୁଣୁନାହାଁନ୍ତି ।

ଅନ୍ୟପଟେ ନାକ୍‌ ଟିମ୍‌ ପରିଦର୍ଶନ ସମୟରେ ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ ଖୋଲାଯାଇଥିଲା । ୩ ଦିନିଆ ଗସ୍ତ ସରିବା ମାତ୍ରେ ଉକ୍ତ କ୍ୟାଣ୍ଟିନ୍‌ରେ ମଧ୍ୟ ତାଲା ପଡ଼ିଛି । କର୍ତ୍ତୃପକ୍ଷଙ୍କ ଏପରି ନୀତି ସମସ୍ତ ଶିକ୍ଷାର୍ଥୀଙ୍କୁ ମାନସିକ ସ୍ତରରେ ଆଘାତ ଦେଉଛି ବୋଲି ଛାତ୍ର ସୌମ୍ୟରଞ୍ଜନ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୭ଟି ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ରହିଛି । ଏହି ୧୪ଟି ହଷ୍ଟେଲ୍‌ର ନିଜସ୍ୱ ଖାଇବା କ୍ୟାଣ୍ଟିନ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.