ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ମହାପ୍ରଭୁଙ୍କ ସ୍ଵତନ୍ତ୍ର ପୂଜା ପାଇଁ ସ୍ଵତନ୍ତ୍ର ପ୍ରାଇସ୍... ଅନଲାଇନରେ ବୁକିଂ କରି ଶ୍ରଦ୍ଧାଳୁଙ୍କୁ ଲୁଟୁଛି ଉତ୍ସବ ଆପ୍

ପୁରୀ, ୧୦/୧୧ : ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନରେ ଠକେଇ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା ଓ ଭୋଗ କରାଇବା ନାଁରେ ଅନଲାଇନ ମାଧ୍ୟମରେ ଠକେଇ ଚାଲିଛି। ଉତ୍ସବ ଆପ୍ ନାମକ ଏକ ସଂସ୍ଥା ଏଭଳି ଠକେଇ କରୁଥିବା ନଜରକୁ ଆସିଛି। 

ଅନଲାଇନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଯଦି କୌଣସି ଭକ୍ତ ସ୍ବତନ୍ତ୍ର ଚତୁର୍ଦ୍ଧା ପୂଜା କରିବାକୁ ଚାହୁଁଛି ତେବେ ଏଥିପାଇଁ ତାଙ୍କୁ ୧୧୫୧ଟଙ୍କା, ନାମ, ଗୋତ୍ର, ସଂକଳ୍ପ ପୂଜା ପାଇଁ ୮୦୧ଟଙ୍କା, ଧ୍ବଜା ବନ୍ଧନ ପାଇଁ ୨୧୫୧ଟଙ୍କା, ପରିବାର ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବାକୁ ଚାହୁଁଥିଲେ ୨୪୦୧ଟଙ୍କା, ମାସିକ ପୂଜା କରିବାକୁ ଚାହୁଁଥିଲେ ୮୧୦୧ ଟଙ୍କା ଭଳି ବିଭିନ୍ନ ପ୍ରକାରର ପୂଜା ନାଁରେ ଆଖିରେ ଆଙ୍ଗୁଠି ଗେଞ୍ଜି ଭକ୍ତଙ୍କ ଭାବନା ସହ ଖେଳାଯାଉଛି। ଉତ୍ସବ ଆପ୍ ନାମକ ଏକ ୱେବସାଇଟରେ ମହାପ୍ରଭୁଙ୍କ ନାଁରେ ଚାଲିଛି ଏଭଳି ଅନଲାଇନ ଠକେଇ। ମହାପ୍ରଭୁଙ୍କ ନାଁରେ ଉତ୍ସବ ଆପ୍ ଅନଲାଇନ ମାଧ୍ୟମରେ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛି। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେବାୟତ ଓ ଭକ୍ତ ଦାବି କରିଛନ୍ତି। 


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.