ବାଙ୍ଗିରିପୋଷି,୧୩/୧୧: ଗତ ରବିବାର ଉତ୍ତରାଖଣ୍ଡ କାଶୀ ଠାରେ ନିର୍ମାଣଧୀନ ଥିବା ଟନେଲ ଭୁଶୁଡି ପଡିଥିବା ବେଳେ ସେଥିରେ ଫସିଛନ୍ତି ୪୦ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରୁ ୫ ଜଣ ଓଡ଼ିଆ ଶ୍ରମିକ ରହିଛନ୍ତି । ସମସ୍ତ ଶ୍ରମିକଙ୍କ ନାଁ ତଥ୍ୟ ପ୍ରଶାସନ ଜାରି କରିଛି। ଏହି ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ରହିଛନ୍ତି।
ସୂଚନାନୁଯାୟୀ, ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଯୋଗିବନ୍ଧ ଗ୍ରାମର ବିଶେଶ୍ବର ନାୟକ ଏବଂ ବେଢ଼ାକୁଦର ଗ୍ରାମର ଧୀରେନ ନାଏକ ଟନେଲ ଭିତରେ ଫସିରହିଛନ୍ତି। ଏହି ଘଟଣା ଶୁଣିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଗଣମାଧ୍ୟମରୁ ଖବର ପାଇ ବାଙ୍ଗିରିପୋଷି ବିଡ଼ିଓ ମାନସ କୁମାର ଦଣ୍ଡପାଟ ସେମାନଙ୍କ ପରିବାର ପାଖରେ ପହଁଚିଛନ୍ତି। ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋରରେ ପ୍ରୟାସ ଚାଲିଛି।