ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଉତ୍ତରକାଶୀ ଟନେଲ୍‌ରେ ଫସିଥିବା ଶ୍ରମିକଙ୍କ ବିଗୁଡ଼ୁଛି ସ୍ଵାସ୍ଥ୍ୟ, ବୁଧବାର ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ଡେରାଡୁନ୍‌/ଉତ୍ତରକାଶୀ, ୧୫/୧୧ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନଭେମ୍ବର ୧୨ ସକାଳେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାକୁ ୬୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ତଥାପି ସୁଡ଼ଙ୍ଗରେ ୪୦ ଶ୍ରମିକ ଫସିରହିଛନ୍ତି । ସେମାନଙ୍କୁ ଉଦ୍ଧାର ଲାଗି ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଆଇଟିବିପି, ସ୍ଥାନୀୟ ପ୍ରଶାସନ ଓ ପୁଲିସ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି । ବୁଧବାର ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି । 

ଶ୍ରମିକମାନେ ଶାରୀରିକ ଓ ମାନସିକ ଆହ୍ୱାନର ସାମ୍‌ନା କରୁଛନ୍ତି । ଜୀବନ ବଞ୍ଚାଇବାକୁ ସଂଘର୍ଷ ଜାରି ରଖିଛନ୍ତି । ବର୍ତ୍ତମାନ ପ୍ରତିଟି ମୁହୂର୍ତ୍ତ ମହତ୍ତ୍ୱପୂର୍ଣ୍ଣ । ଅନ୍ଧକାର ଓ କମ ଅମ୍ଳଜାନ ଯୋଗାଣ ଯୋଗୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ମସ୍ତିସ୍କକୁ ଅମ୍ଳଜାନ କମ୍‌ ମିଳିବା ଫଳରେ ତାହା ପ୍ରଭାବିତ ହେବ । ଯେଉଁମାନେ ମାନସିକ ଭାବେ ଦୁର୍ବଳ ସେମାନଙ୍କ ପ୍ରତି ଅଧିକ ବିପଦ ରହିଛି । ଏପରିକି ସେମାନେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ମଧ୍ୟ ମାନସିକ ଭାବେ ସୁସ୍ଥ ହେବାକୁ ସେମାନଙ୍କୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ମେଡିକାଲ ଅଫିସର ଡକ୍ଟର କୁଳବୀର ସିଂହ ରାଣା । ସୁଡ଼ଙ୍ଗ ଭିତରେ ଜଣେ ଶ୍ରମିକ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ତାଙ୍କୁ ପାଇପ ଯୋଗେ ଔଷଧ ପଠାଯାଇଛି । ଚାରିଧାମ ପ୍ରକଳ୍ପ ଅଧୀନରେ ଏହି ସୁଡ଼ଙ୍ଗ ବ୍ରହ୍ମଖାଲ ଏବଂ ଯମୁନୋତ୍ରୀ ଜାତୀୟ ରାଜପଥସ୍ଥିତ ସିଲ୍‌କ୍ୟାରା ଓ ଡଣ୍ଡଲଗାଓଁ ମଧ୍ୟରେ ନିର୍ମାଣ କରାଯାଉଛି । 

ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟରେ ଉତ୍ତରାଖଣ୍ଡର ୧୫ ଶ୍ରମିକ ଫସିଛନ୍ତି । ଅନ୍ୟମାନେ ବିହାର, ଓଡ଼ିଶା (୫ ଜଣ), ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶର । ସୁଡ଼ଙ୍ଗ ମଧ୍ୟରୁ ଜେସିବି ଓ ଏକ୍ସକାଭେଟର୍‌ ସହାୟତାରେ ମାଟି ଅତଡ଼ା ବାହାର କରାଯାଉଛି । କିନ୍ତୁ ବାରମ୍ବାର ମାଟି ଧସୁଥିବାରୁ ଅଡୁଆ ପରିସ୍ଥିତି ଉପୁଜିଛି । ଯାହା କି ଉଦ୍ଧାର କାର୍ଯ୍ୟକୁ ବିଳମ୍ବିତ କରୁଛି । ଏନ୍‌ଏଚ୍‌ଆଇଡିସିଏଲ୍‌ର ବୈଷୟିକ ନିର୍ଦ୍ଦେଶକ ଅତୁଲ କୁମାର କହିଛନ୍ତି, ଶ୍ରମିକମାନଙ୍କ ନିକଟରେ ପହଞ୍ଚିବା ପାଇଁ ହାଇଡ୍ରଲିକ୍‌ ଜ୍ୟାକ୍‌ ଏବଂ ଅଗର୍‌ ଡ୍ରିଲିଙ୍ଗ୍‌ ମେସିନ୍‌ ସହାୟତାରେ ୯୦୦ମିମି ବା ୩୫ ଇଞ୍ଚ୍‌ ବ୍ୟାସର ଷ୍ଟିଲ୍‌ ପାଇପ୍‌ ଭର୍ତ୍ତି କରାଯାଉଛି ।ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି । ପାଇପ୍‌ ଦ୍ୱାରା ଶୁଖିଲା ଖାଦ୍ୟ ଦିଆଯାଇଛି । ନିୟମିତ ବ୍ୟବଧାନରେ ପାଣି ଓ ଅକ୍ସିଜେନ୍‌ ବି ଯୋଗାଇ ଦିଆଯାଉଛି । ଶ୍ରମିକ ଗକ୍ରର ସିଂହ ନେଗି ଆଜି ତାଙ୍କ ପୁଅ ଆକାଶଙ୍କ ସହ କଥା ହୋଇଛନ୍ତି । ସେମାନେ ସୁରକ୍ଷିତ ଥିବା ନେଗି କହିଛନ୍ତି । ଆକାଶଙ୍କ ମୁତାବକ ପାଇପ୍‌ ଜରିଆରେ ସେ ପିତାଙ୍କ ସହ କିଛି ସେକେଣ୍ଡ କଥା ହୋଇଥିଲେ । କୌଣସି ପ୍ରକାର ଚିନ୍ତା ନ କରିବାକୁ ଆକାଶଙ୍କୁ ତାଙ୍କ ପିତା କହିଛନ୍ତି । ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଅହରହ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.